ନୂଆଦିଲ୍ଲୀ: ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଜେନେରାଲ୍ ବିପିନ ରାୱତ୍ଙ୍କ ସମେତ କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍ IAF Mi-17V5 ଆଜି ତାମିଲ୍ନାଡୁର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ରିପୋର୍ଟ ଅନୁସାରେ, ନୀଳଗରିରେ ହେଲିକପ୍ଟର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଆହତ ହୋଇଥିବା କେତେଜଣଙ୍କୁ ନୀଳଗିରି ଜିଲ୍ଲାର ୱେଲିଙ୍ଗ୍ଟନ୍ କ୍ୟାଣ୍ଟନ୍ମେଣ୍ଟ୍ ଡାକ୍ତରଖାନାକୁ ନିଆଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରିବା ଲାଗି ତଲାସ ଚାଲିଛି।
ଉକ୍ତ ହେଲିକପ୍ଟର୍ରେ ୧୪ଜଣ ଥିଲେ ବୋଲି କୁହାଯାଉଛି। ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ‘ଏମ୍ଆଇ-ସିରିଜ୍’ର ଉକ୍ତ ହେଲିକପ୍ଟର୍ରେ ‘ସିଡିଏସ୍’ ବିପିନ ରାୱତ୍ଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ଥିଲେ।