ବିପିନ ଲକ୍ଷ୍ମଣ ସିଂହ ରାୱତ ୧୯୫୮ ମସିହା ମାର୍ଚ୍ଚ ୧୬ରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ଭାରତର ପ୍ରଥମ ସିଡିଏସ (ଚିଫ ଅଫ ଡିଫେନ୍ସ ଷ୍ଟାଫ) । ୨୦୨୦ ଜାନୁଆରୀ ପହିଲାରୁ ସେ ଏହି ଦାୟିତ୍ୱରେ ରହିଥିଲେ । ଦେଶର ୨୬ତମ ଆର୍ମି ମୁଖ୍ୟ ହେବାର ସୌଭାଗ୍ୟ ଲାଭ କରିଥିଲେ ।
ଉତରାଖଣ୍ଡର ପଉରୀ ଠାରେ ଜନ୍ମିତ ରାୱତଙ୍କ ବାପା ଲକ୍ଷ୍ମଣ ସିଂହ ରାୱତ ଆର୍ମିର ଲେଫେନାଂଟ ଜେନେରାଲ ଥିଲେ । ରାୱତ ଜଣେ ମେଧାବୀ ଛାତ୍ର ଥିବାବେଳେ ସେ ନାସନାଲ ଡିଫେନ୍ସ ଏକାଡେ଼ମୀରେ ବି ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ‘ସୋଡର଼୍ ଅଫ ଅନର’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ସେ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରୁ ଗ୍ରାଜୁଏସନ କରିବା ସହ ବିଦେଶରେ ବି ପ୍ରଶିକ୍ଷଣ ନେଇଥିଲେ ।
ପ୍ରତିରକ୍ଷା ପାଠ୍ୟକ୍ରମରେ ରାୱତ ଏମଫିଲ କରିବା ସହ ୨୦୧୧ରେ ଡକ୍ଟରେକ୍ଟ ପାଇଥିଲେ । ୧୯୭୮ ଡିସେମ୍ବର ୧୬ରେ ସେ ଗୋର୍ଖା ରାଏଫଲରେ ଯୋଗ ଦେଇଥିଲେ । ଉରି, ଜାମ୍ମୁକାଶ୍ମୀରରେ ସେ ମେଜର ଥିବାବେଳେ ୫ମ ବାଟାଲିୟନ ୧୧ ଗୋର୍ଖା ରାଇଫଲର କର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ । ବ୍ରିଗେଡ଼ିୟର ଭାବେ ପଦୋନ୍ନତି ପାଇବା ପରେ ତାଙ୍କୁ ରାଷ୍ଟ୍ରୀୟ ରାଇଫଲର ନେତୃତ୍ୱ ନେବାର ସୁଯୋଗ ମିଳିଥିଲା । ନିଜ ଚାକିରୀ ଜୀବନରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରି ମେଜର ଜେନେରାଲ, ଆର୍ମି କମାଣ୍ଡର, ଭାଇସ ଚିଫ ଅଫ ଆର୍ମି, ଆର୍ମି ଚିଫ ଭାବେ ବହୁ ପ୍ରସିଦ୍ଧି ହାସଲ କରିଛନ୍ତି ।