ଆଜିଠୁ ଖୋଲିଲା ସ୍କୁଲ, କୋଭିଡ୍‌ କଟକଣାରେ ପିଲା ବିଦ୍ୟାଳୟକୁ ଗଲେ

ଫୁଲବାଣୀ : ଆଜିଠୁ ଖୋଲିଲା ଅଷ୍ଟମରୁ ତଦୁଦ୍ଧ୍ୱର୍ ଶ୍ରେଣୀ । ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ ଲାଇନ୍‌ ପାଠପଢ଼ା ଆରମ୍ଭ ହେଲା । ଏଥିସହ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍କୁଲ ଖୋଲିଲେବି ଉଭୟ ଅଫଲାଇନ ଏବଂ ଅନଲାଇନରେ ପାଠପଢ଼ା ହେବ ବୋଲି କହିଛନ୍ତି ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀ । ପ୍ରଥମ ଦିନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଉଭୟ ଶ୍ରେଣୀର ଶତକଡ଼ା ୯୦ ଭାଗ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସୂଚନା ଦେଇଥିଲେ ପ୍ରଧାନାଚାର୍ଯ୍ୟ ବିଷୋୟୀ । ପ୍ରଥମ ଦିନରେ ବିଦ୍ୟାଳୟର ପରିଚାଳନା କମିଟିର ସମ୍ପାଦକ ବିରଞ୍ଚି ମିଶ୍ର ଓ ସଭାପତି ହରିଶ୍ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ନିର୍ଦ୍ଧାରିତ ସମୟ ପୂର୍ବରୁ ଉପସ୍ଥିତ ରହି କୋଭିଡ ନିୟମାନୁସାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶ କରାଉଥିଲେ ।

Comments (0)
Add Comment