ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ପାଟନା,୧୫/୨: ଏକଦା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଶହ ଶହ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ମାମଲା ଏବେ ବି ଜୀବିତ ହୋଇ ରହିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହେଉଛି । ଆଜି ଏକ ଶୁଣାଣି ହୋଇଥଇା । ଏଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ହୋଇଛନ୍ତି । ତେବେ ତାଙ୍କ ଦଣ୍ଡ ଘୋଷଣା ହୋଇନି । ଆସନ୍ତା ୨୧ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ । ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଲାଲୁ ଗୋଖାଦ୍ୟ ଦୁର୍ନୀତି ସହ ଜଡିିତ ଅନ୍ୟ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଏହି ଚାରୋଟି ମାମଲାରେ କୋର୍ଟ ତାଙ୍କୁ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହିତ ତାଙ୍କୁ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଦେବାକୁ ପଡିଥିଲା । ଲାଲୁ ଯାଦବ ବର୍ତ୍ତମାନ ଜାମିନରେ ଅଛନ୍ତି । ଦୋରନ୍ଦ।। ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହେରଫେର ମାମଲାରେ ରାଞ୍ଚିର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବର୍ତ୍ତମାନ କୋର୍ଟ ଏହି ମାମଲାରେ ଏହି ଦଣ୍ଡାଦେଶର ଘୋଷଣା କରିନାହାଁନ୍ତି । ଏହି ମାମଲାରେ ଲାଲୁଙ୍କୁ ମିଶାଇ ପ୍ରାୟ ୧୭୦ ଜଣ ଅଭିଯୁକ୍ତ ଥିଲେ । କିନ୍ତୁ ଶୁଣାଣି ସମୟରେ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ ।

Comments (0)
Add Comment