ଉପଭୋକ୍ତାଙ୍କ ପାଇଁ ଖୁସି ଖବର , କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପହିଲାରୁ ଗ୍ୟାସ୍‌ ଦରରେ ବଡ଼ ଆଶ୍ୱସ୍ତି ମିଳିଛି । ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଅଗଷ୍ଟ ୧ରୁ ଏଲପିଜି ସିଲିଣ୍ଡରର ଦର ହ୍ରାସ କରିଥିବା ଘୋଷଣା କରିଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୩.୫୦ ଟଙ୍କା କମିଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ଯାହା ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ୮୫୩ ଟଙ୍କା ରହିଛି ।

କମର୍ସିଆଲ ସିଲିଣ୍ଡର ଦର କରିବା ପରେ ମୁମ୍ବାଇରେ ନୂଆ ଦର ୧,୫୮୨.୫୦ ଟଙ୍କା ରହିଛି । ଜୁଲାଇରେ ଏହା ୧,୬୧୬ ଟଙ୍କା ଥିଲା। ଅର୍ଥାତ୍, ୩୩.୫୦ ଟଙ୍କା ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡରର ମୂଲ୍ୟ ୮୫୨.୫୦ ଟଙ୍କା ରହିଛି । ସେହିପରି କୋଲକାତାରେ ଏବେ ବାଣିଜ୍ୟିକ ସିଲିଣ୍ଡର ୧,୭୩୪ ଟଙ୍କାରେ ଉପଲବ୍ଧ ହେବ, ଯାହା ପୂର୍ବରୁ ୧୭୬୯ ଟଙ୍କା ଥିଲା । ଅର୍ଥାତ୍ ଏଠାରେ ୩୫ ଟଙ୍କା ହ୍ରାସ ପାଇଛି । ଘରୋଇ ଗ୍ରାହକଙ୍କ ପାଇଁ, ଏଠାରେ ସିଲିଣ୍ଡର ୮୭୯ ଟଙ୍କାରେ ଉପଲବ୍ଧ ହେବ ।

Comments (0)
Add Comment