ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ଜାରି ରହିଥିବା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମମତା ୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବେ । ଏହାପୂର୍ବରୁ ସେ ମୋଦିଙ୍କୁ ଭେଟି ରାଜ୍ୟର ବାକି ରହିଥିବା ଜିଏସ୍‌ଟି ବାବାଦ ଅର୍ଥ ଦେବାକୁ ଅନୁରୋଧ କରିଛନ୍ତି । ଏଥିସହ ଆହୁରି ଅନେକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ । ମୋଦି ଓ ମମତାଙ୍କ ଭେଟଘାଟକୁ ରାଜନୀତିକ ପଣ୍ଡିତମାନେ ଅଲଗା ନଜରରେ ମଧ୍ୟ ଦେଖୁଛନ୍ତି । ଇଡି କ୍ରମାଗତ ଭାବେ ବେଙ୍ଗଲର ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଥିବାରୁ ଏ ସମ୍ପର୍କରେ କୌଣସି ବୁଝାମଣା କରିବାକୁ ମମତା ଦିଲ୍ଲୀ ଆସି ମୋଦିଙ୍କୁ ଭେଟିଥିବା ସେମାନେ କହିଛନ୍ତି । ସମ୍ଭବତଃ କୌଣସି ସେଟିଂ କରିବାକୁ ସେ ଚାହୁଁଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି ।

Comments (0)
Add Comment