ଋଷ୍‌-ୟୁକ୍ରେନ ଯୁଦ୍ଧ : ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ ୨୪/୨: ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଡକାଇ ଏହି ପ୍ରସଙ୍କ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌, ଜୟଶଙ୍କର,ଏନଏସଏ ଅଜିତ ଡୋଭାଲ, କ୍ୟାବିନେଟ୍‌ ସଚିବଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ମଧ୍ୟ ଉପସ୍ଥିତ ଥିଲେ । ଆଜି ପୂର୍ବରୁ ଭାରତକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି । ଏହା ସହିତ ଋଷ ସହ ଭାରତର ସମ୍ପର୍କ ଭଲ ଥିବାରୁ ପୁଟ୍ଟିନ୍‌ଙ୍କ ସହ କଥା ହୋଇପାରନ୍ତି ମୋଦି । ଏହା ସହିତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକ ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ବୈଠକରେ ଆଲୋଚନା ହୋଇଛି ।

Comments (0)
Add Comment