ହାଇଦ୍ରାବାଦ : ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଭୀମବରମରେ ପହଞ୍ଚିଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀ ପାସାଲା କୃଷ୍ଣମୂର୍ତ୍ତିଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ୯୦ ବର୍ଷର ଝିଅ ପାସାଲା କୃଷ୍ଣଭାରତୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ସେ ଏକ ହ୍ୱିଲ୍ ଚେୟାରରେ ବସିଥିଲେ । ସେ ମଧ୍ୟ ମୁଣ୍ଡରେ ହାତ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପାସାଲା କୃଷ୍ଣମୂର୍ତ୍ତି ୧୯୦୦ ମସିହାରେ ତାଡେପଲ୍ଲିଗୁଡେମ୍ ତାଲୁକାର ପଶ୍ଚିମ ବିପ୍ପାରୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୨୧ ମସିହାରେ ସେ ତାଙ୍କ ପତ୍ନୀଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଗାନ୍ଧିଜୀଙ୍କୁ ଅନୁସରଣ କରିଥିଲି । ସେ ଲବଣ ସତ୍ୟଗ୍ରାହ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ ଏବଂ ଏହା ପରେ ତାଙ୍କୁ ଏକ ବର୍ଷ ଜେଲରେ ରହିବାକୁ ପଡିଥିଲା । ୧୯୭୮ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଅଲୁରି ସୀତାରାମ ରାଜୁଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ଏହି ଭୂମି ମହାନ ଆଦିବାସୀ ପରମ୍ପରା ସହିତ ଜଡିତ ଅଛି । ଅନେକ ମହାନ ବିପ୍ଳବୀ ଏବଂ ବଳିଦାନକାରୀ ଏଠାରେ ଜନ୍ମ ହୋଇଥିଲେ । ମୁଁ ସେ ସମସ୍ତଙ୍କୁ ସମ୍ମାନ କରେ । ସେ କହିଛନ୍ତି ଯେ ସୀତାରାମ ରାଜୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ବର୍ଷସାରା ପାଳନ କରାଯିବ ।