ନୂଆଦିଲ୍ଲୀ- ମୋରେନାରେ ନିଯୁକ୍ତ ଡେପୁଟି କଲେକ୍ଟର ଅରବିନ୍ଦ ମାହୋରଙ୍କୁ ଜଣେ ଯୁବତୀଙ୍କ ଅଭିଯୋଗ ପରେ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ପୀଡିତା ତାଙ୍କ ବିରୁଦ୍ଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୀର୍ଘ ସମୟ ଧରି ଶାରୀରିକ ଶୋଷଣ ଏବଂ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ପ୍ରସ୍ତୁତ ହେଉଛି।
ଜଣେ ଯୁବତୀଙ୍କ ଅଭିଯୋଗ ପରେ ମୋରେନାରେ ନିଯୁକ୍ତ ଡେପୁଟି କଲେକ୍ଟର ଅରବିନ୍ଦ ମାହୋରଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ରୁଜୁ କରାଯାଇଛି। ଅଭିଯୋଗ ପରେ ପୋଲିସ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଅଧିକାରୀ ଜଣକ ବିବାହର ବାହାନାରେ ତାଙ୍କୁ ଦୀର୍ଘ ସମୟ ଧରି ଯୌନ ଶୋଷଣ କରିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ।
ସୂଚନା ଅନୁଯାୟୀ, ମୋରେନାର ଜଣେ 32 ବର୍ଷୀୟା ମହିଳା ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ କରିଥିବା ଅଭିଯୋଗରେ କହିଛନ୍ତି ଯେ ସେ 2025 ପ୍ରାରମ୍ଭରେ ଫେସବୁକ୍ ମାଧ୍ୟମରେ ଅରବିନ୍ଦ ମାହୋରଙ୍କୁ ଭେଟିଥିଲେ। ସେହି ସମୟରେ ମାହୋର ସବଲଗଡ଼ରେ SDM ଭାବରେ ନିଯୁକ୍ତ ଥିଲେ। ଫେସପୁକରେ ଯୋଗାଯୋଗ ପରେ ଉଭୟେ ସାକ୍ଷାତ କରିଥିଲେ ।
ପୀଡିତା ଅଭିଯୋଗ କରିଛନ୍ତି ଯେ ଅଧିକାରୀ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହି ପ୍ରତିଶ୍ରୁତି ଆଧାରରେ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଅଭିଯୋଗରେ କୁହାଯାଇଛି ଯେ 30 ମାର୍ଚ୍ଚ, 2025 ରେ ତାଙ୍କୁ ବୁଲିବା ବାହାନାରେ ମୋରେନା ରେଷ୍ଟ ହାଉସ ପଛରେ ନେଇ ବଳାତ୍କାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସରକାରୀ ବାସଭବନ ଏବଂ ଗ୍ୱାଲିୟରର ଏକ ଫ୍ଲାଟରେ ତାଙ୍କୁ ଅନେକ ଥର ଶୋଷଣ କରାଯାଇଥିଲା। ଯୁବତୀ ଜଣକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଅଧିକାରୀ ବିବାହ ବଦଳରେ ପାଞ୍ଚ କୋଟି ଟଙ୍କା ନଗଦ ଏବଂ ତାଙ୍କୁ ଗୋଟିଏ ମାସ ପାଇଁ ଅନ୍ୟ ପୁରୁଷ ସହ ସମୟ କଟାଇବା ଭଳି ଆପତ୍ତିଜନକ ଦାବି କରିଥିଲେ। ଅଭିଯୋଗରେ ତାଙ୍କ ମୋବାଇଲ୍ ଫୋନରେ ସଂରକ୍ଷିତ ଭିଡିଓ ଏବଂ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ଉଲ୍ଲେଖ କରାଯାଇଛି।
ପିଡିତାଙ୍କ ଅନୁଯାୟୀ, ଯେତେବେଳେ ସେ ତାଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ, ଅଭିଯୁକ୍ତ ସିଧାସଳଖ ମନା କରିଦେଇଥିଲେ ଏବଂ ଅଭିଯୋଗ କଲେ ତାଙ୍କ ସମଗ୍ର ପରିବାରକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଅଭିଯୋଗ ପାଇବା ପରେ, ପୋଲିସ ଡେପୁଟି କଲେକ୍ଟରଙ୍କ ବିରୁଦ୍ଧରେ ବଳାତ୍କାର ସମେତ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
ସିଭିଲ୍ ଲାଇନ୍ସ ଥାନା ଦାୟିତ୍ୱରେ ଥିବା ଉଦୟ ଭାନ୍ ଯାଦବ ଗଣମାଧ୍ୟମକୁ କହିଛନ୍ତି ଯେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ଡେପୁଟି କଲେକ୍ଟର ଅରବିନ୍ଦ ମାହୋର ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲେ। ମାହୋରଙ୍କୁ ବୁଧବାର ରାତିରେ ଗିରଫ କରାଯାଇଥିଲା ଏବଂ ଡାକ୍ତରୀ ପରୀକ୍ଷା ପରେ ଗୁରୁବାର କୋର୍ଟରେ ହାଜର କରାଯିବ। ଗିରଫ ହେବା ପରେ ମାହୋରଙ୍କ ରକ୍ତଚାପ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି କାରଣରୁ, ତାଙ୍କୁ ସକାଳ ପ୍ରାୟ ୪ଟାରେ ଚିକିତ୍ସା କରାଯାଇଥିଲା, ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ଅଛି।