ଋଷ୍‌ ବିରୋଧରେ “ନାଟୋ’ର ଲଢେଇ ଯୋଜନା

ବ୍ରସେଲ୍ସ, ୨୪/୪: ୟୁକ୍ରେନ ଉପରେ ଋଷ୍‌ର ଆକ୍ରମଣ ଘଟଣାରେ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ(ନାଟୋ) ଭୀଷଣ ପ୍ରତିକ୍ରିୟାଶୀଳ ହୋଇଉଠିଛିି । ଏପରିକି,ଏହା ଋଷ୍‌ ବିରୋଧରେ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଆଜି ଏକ ଜରୁରୀ ବୈଠକ ପରେ ନାଟୋ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଋଷକୁ ଚେତାବନୀ ଦେଇଛି । ଏହା କହିଚି ଯେ ଯଦି ଋଷ୍‌ ଅବିଳମ୍ବେ ଆକ୍ରମଣ ବନ୍ଦ ନକରେ,ତେବେ ଏହା ତା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ । ନାଟୋ ଚେତାବନୀ ଦେଇ କହିଛି, ରୁଷ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇ ତୁରନ୍ତ ୟୁକ୍ରେନରୁ ହଟି ଯାଉ । ଏହା ସହିତ ନିଜର ନିଜର ୧୦୦ରୁ ଅଧିକ ଲଢୁଆ ଜାହାଜ ମୁତୟନ କରିଛି ନାଟା । ରୁଷର ଆଭିମୁଖ୍ୟକୁ ପୁରା ଦେଶ ଦେଖୁଛି । ୟୁକ୍ରେନ ଉପରେ ନିଜର ଶକ୍ତି ଦେଖାଉଛି ରୁଷ । ନାଟୋ ସାଧାରଣ ସଂପାଦକ ଜେନ୍ସ ଷ୍ଟୋଲଟେନବର୍ଗ ୟୁକ୍ରେନ ଉପରେ ରୁଷର କାର୍ଯ୍ୟାନୁଷ୍ଠାନକୁ ଅକାରଣ ଏବଂ ଅନୁଚିତ ବୋଲି ଦର୍ଶାଇଛନ୍ତି । ନାଟୋର ସାଧାରଣ ବୈଠକ ପରେ ବ୍ରୁସେଲ୍ସ ସ୍ଥିତ ନାଟୋ ମୁଖ୍ୟାଳୟରେ ଷ୍ଟୋଲଟେନବର୍ଗ କହିଛନ୍ତି, ଆମ ନିକଟରେ ନିଜର ବାୟୁ କ୍ଷେତ୍ରର ରକ୍ଷା କରୁଥିବା ୧୦୦ରୁ ଅଧିକ ଜେଟ୍‌ ଏବଂ ଉତ୍ତର ଭୂମଧ୍ୟ ସାଗର ପର୍ଯ୍ୟନ୍ତ ସମୁଦ୍ରରେ ୧୨୦ରୁ ଅଧିକ ଲଢୁଆ ଜାହାଜ ମୁତୟନ କରିଛୁ । ଆମେ ନିଜର ସହଯୋଗୀଙ୍କୁ ଆକ୍ରମଣରୁ ବଞ୍ଚାଇବା ପାଇଁ ଯାହା ଜରୁରୀ ପଦକ୍ଷେପ ସବୁ ଉଠାଇବୁ । ଆମେ ରୁଷକୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବା ସହିତ ଏହାର ଆଖପାଖ ଅଞ୍ଚଳରୁ ସମସ୍ତ ଫୋର୍ସକୁ ପ୍ରତ୍ୟାହାର କରିବାକୁ କହୁଛୁ । ଋଷ୍‌ ନମାନଲେ ପରିଣାମ ଭୋଗିବ ବୋଲି ସେ କହିଛନ୍ତି ।

Comments (0)
Add Comment