ନୂଆଦିଲ୍ଲୀ:ଚଳିତ ମାସରେ ଆରମ୍ଭ ହେବ ନିଟ୍ ପିଜି କାଉନସେଲିଂ । ଆସନ୍ତା ୧୨ ତାରିଖରୁ ନିଟ୍ ପିଜି କାଉନସେଲିଂ ଆରମ୍ଭ ହେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ୭ ତାରିଖରେ ଓବିସି ଏବଂ ଇଡବ୍ଲ୍ୟୁଏସ କୋଟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ଇଡବ୍ଲ୍ୟୁଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରର ଅବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅର୍ଥାତ୍ ନିଟ୍ ପିଜି କାଉନସେଲିଂରେ ସର୍ବଭାରତୀୟ କୋଟାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭ ପ୍ରତିଶତ ସଂକ୍ଷଣ ମିଳିବ । ସେହିପରି ଇଡବ୍ଲ୍ୟୁଏସ ବା ଆର୍ଥିକ ପଛୁଆ ବର୍ଗ କ୍ଷେତ୍ରରେ ପୂର୍ବରୁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଏଥର ମଧ୍ୟ କାଏମ ରହିବ ।