ଅଫଲାଇନ୍‌ ପରୀକ୍ଷା ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୧୪/୨: ଅଫଲାଇନ ପରୀକ୍ଷାକୁ ଜୋରଦାର ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏହାକୁ ରଦ୍ଦ କରିବା ଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସିବିଏସଇ, ଆଇସିଏସଇ, ଏନଆଇଓଏସ ଏବଂ ଅନ୍ୟ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାରା ଅଫଲାଇନ ପରୀକ୍ଷାର ପ୍ରତିବାଦ କରି ସେମାନେ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଛନ୍ତି । ଛାତ୍ର-ଛାତ୍ରୀ ଅଫ ଲାଇନ୍‌ ପରୀକ୍ଷା ରଦ୍ଦ କରାଯିବା ଏବଂ ଇଣ୍ଟରନାଲ ପରୀକ୍ଷା ଆଧାରରେ ନମ୍ବର ଦେବାକୁ ପିଟିସନରେ ଉଲ୍ଲେଖ କରିଛନ୍ତି । ଅନ୍ୟ ଆବେଦନକାରୀଙ୍କ ଭଳି ଓଡିଶା ଏନୱାଇସିଏସର ଛାତ୍ର ସଂଘ ସହିତ ଆଡଭୋକେଟ୍‌ ତଥା ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଶ୍ରୀବାସ୍ତବ ସାହାଇଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ନିଜ ବିରୋଧ ଜଣାଇ ହଜାର ହଜାର ଛାତ୍ର-ଛାତ୍ରୀ ଗୁଗଲ ପତ୍ରରେ ଦସ୍ତଖତ କରିଛନ୍ତି । ଏହା ପରେ ଆବେଦନକାରୀ ପ୍ରତ୍ୟେକ ରାଜ୍ୟରୁ ଦୁଇ ଜଣ ଛାତ୍ର-ଛାତ୍ରୀଙ୍କ ନାମ ପିଟିସନରେ ଉଲ୍ଲେଖ କରାଯାଇଛି । ଛାତ୍ର-ଛାତ୍ରୀଙ୍କ ଦାବି ଅଫଲାଇନ୍‌ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଉ । ଇଣ୍ଟରନାଲ ପରୀକ୍ଷା ଆଧାରରେ ନିର୍ଣ୍ଣୟ ନିଆଯାଉ ବୋଲି ପିଟିସନରେ ନିବେଦନ କରାଯାଇଛି ।

Comments (0)
Add Comment