ମଲ୍‌ମାନଙ୍କୁ ନେଇ ଏଭଳି ରାୟ ଶୁଣାଇଲେ ହାଇକୋର୍ଟ

କୋଚି : ସହରଗୁଡ଼ିକରେ ଥିବା ଶପିଂ ମଲ୍‌ମାନେ ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖିବାକୁ ବାଧ୍ୟ । ନିଜ ମଲ୍‌ ପରିସରରେ ସେମାନେ ଏହି ବ୍ୟବସ୍ଥା କରିବେ । ବିଲଡିଂ ରୁଲ୍ସରେ ଏହି ନିୟମ ରହିଛି । କନ୍ତୁ ବହୁ ମଲ୍‌ ମାଲିକ ଏହାକୁ ମାନୁ ନାହାନ୍ତି । ସେହିପରି,ଯେଉଁମାନେ ପାର୍କିଂ ବ୍ୟବସ୍ଥା କରିଛନ୍ତି,ସେମାନେ ଗ୍ରାହକମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରୁଛନ୍ତି । ଏହା ଏକ ବେନିୟମ କାର୍ଯ୍ୟ । ଗ୍ରାହକମାନଙ୍କ ଠାରୁ ପାର୍କିଂ ଫି ଆଦାୟ କରିବାର ଅଧିକାର ସେମାନଙ୍କର(ମଲ୍‌) ଅଧିକାର ନାହିଁ । ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । କେରଳର ଜଣେ ଜଣାଶୁଣା ଫିଳ୍ମ ନିର୍ଦ୍ଦେଶକ ପଲ୍ଲି ଭଡ଼ାକନଙ୍କ ପିଟିସନ ଉପରେ କୋର୍ଟ ଆଜି ଏହି ରୁଲିଂ ଦେଇଛନ୍ତି । କୋର୍ଟ ଏହି ମାମଲା ଉପରେ ପୌର ସଂସ୍ଥାକୁ ଏକ ନୋଟିସ ମଧ୍ୟ ଜାରି କରିଛନ୍ତି । ଳୁଲୁ ଇଣ୍ଟରନାସନାଲ ଶପିଂ ମଲ୍‌ ବେଆଇନଭାବେ ଫି ଆଦାୟ କରୁଥିବାରୁ ପଲ୍ଲି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଫି ଆଦାୟ କରିବା ପାଇଁ ଏହି ମଲ୍‌କୁ ଫି ଆଦାୟ କରିବା ଲାଗି ଲାଇସେନ୍ସ ଦିଆହୋଇଛି କି ନାହିଁ,ତାହା ଜାଣିବା ପାଇଁ ଏହି ନୋଟିସ ଜାରି ହୋଇଛି ।

Comments (0)
Add Comment