୬୫% କୋଭିଡ ମୃତ୍ୟୁ ରୋକିବାରେ ସକ୍ଷମ ମୋଲନୁପିରାଭିର’

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ହେଟେରୋ ଜାରି କଲା ‘ମୋଲନୁପିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ହେଟେରୋ ଆଜି ନିଜର କୋଭିଡ୍‌ ବଟିକା ମୋଭଫର୍‌ (‘ମୋଲନୁପିରାଭିର’)ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା କରିଥିବା ବେଳେ ଫଳାଫଳ ଭଲ ଥିବା କହିଛି । ରିପୋର୍ଟରେ କୁହାଯାଇଛି ଯେ, ମୋଲନୁପିରାଭିର, ଷ୍ଟାଣ୍ଡାର୍ଡ ଅଫ୍‌ କେୟାର (ଏସଓସି) ସହିତ କରୋନାର ମୃତ୍ୟୁ ସଂଖ୍ୟାକୁ ୬୫% ପର୍ଯ୍ୟନ୍ତ ହ୍ରାସ କରିପାରୁଛି ବୋଲି ରିପୋର୍ଟରେ ଦାବି କରିଛି ହେଟେରୋ । ଫେବ୍ରୁୁଆରି ୧୨ରୁ ଫେବ୍ରୁୁଆରି ୧୬ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରେଟ୍ରୋଭାଇରସ୍‌ ଆଣ୍ଡ ଅପରଚୁନିଟି ଇନଫେକସନ ସମ୍ମିଳନୀରେ ଏହି ଅନୁସନ୍ଧାନଗୁଡିକ ମୌଖିକ ଭାବରେ ଉପସ୍ଥାପିତ ହୋଇଥିଲା । ଅଧ୍ୟୟନ ସମୟରେ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟରେ କୁହାଯାଇଥିଲା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ହୋଇଥିବା ଅଧ୍ୟୟନ ମଧ୍ୟରୁ ଗୋଟିଏ ଅଧ୍ୟୟନରେ ୯୩% ରୁ ଅଧିକ ଅମ୍ଳଜାନ ସାଚୁରେଚର ସ୍ତର ଥିବା ୧୨୧୮କୋଭିଡ ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା ।

Comments (0)
Add Comment