ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, କହିଲେ ଅନଲାଇନରୁ ଜ୍ଞାନ ଆଣି ଅଫଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ: ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଏହି ଆଲୋଚନାରେ ୯ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଆଗାମୀ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣଇବା ସହ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେଇଛନ୍ତି ।
ସେ ପଲାମାନଙ୍କୁ କହିଛନ୍ତି, ତୁମେମାନେ ଜୀବନରେ ଅନେକ ପରୀକ୍ଷା ଦେଇସାରିଲଣି । ପରୀକ୍ଷା ଜୀବନର ଏକ ଅଙ୍ଗ ପାଲଟି ସାରିଲାଣି । ତେଣୁ ସମୟ ବଦଳିବା ସହ ମାଧ୍ୟମ ବଦଳୁଛି । ଅନଲାଇନ କି ଅଫଲାଇନ ସମସ୍ୟା ନୁହେଁ, ମନ ନଲାଗିବା ହେଉଛି ସମସ୍ୟା । ଆଧାର ମଜବୁତ ପାଇଁ ଅନଲାଇନ ଉପଯୋଗ କଲେ ସୁଫଳ ମିଳିବ । ତେଣୁ ଅନଲାଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନୀତି ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶିକ୍ଷାନୀତିକୁ ସରକାର ନୁହଁନ୍ତି; ଶିକ୍ଷକ, ଅଭିବାବକ, ଛାତ୍ର ବନେଇଛନ୍ତି । ଅନେକ ଚର୍ଚ୍ଚା, ପରୀକ୍ଷାନିରୀକ୍ଷା ପରେ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି । ଶିକ୍ଷା ନୀତିରେ ଖେଳକୁଦକୁ ସାମିଲ କରାଯାଇଛି ।

Comments (0)
Add Comment