ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା, ଯାଞ୍ଚ ଟିମ୍‌ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା । ମାମଲାରେ ସଠିକ୍‌ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ କି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ମାମଲାର ସଠିକ୍‌ ତଦନ୍ତ ହେବା ଜରୁରୀ । କେଉଁଠି ଭୁଲ୍‌ ରହିଗଲା । ସେନେଇ ତଦନ୍ତ  କମିଟି କରିବ ଯାଞ୍ଚ । ଏକତରଫା ଭାବେ ମାମଲାର ଯାଞ୍ଚ ହୋଇପାରିବ ନାହିଁ । ଉଭୟ ପକ୍ଷରୁ ଦଲିଲକୁ ଅନୁଧ୍ୟାନ କରିବ ଟିମ୍‌ ।ସେହିପରି ଏହି କମିଟିରେ ହାଇକୋର୍ଟ ରେଜିଷ୍ଟ୍ରାର, ଏନ୍‌ଆଇଏ ଡିଜି ଓ ପଞ୍ଜାବ ପୋଲିସର ଅତିରିକ୍ତ ଡିଜି ରହିବେ । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ଏହାର ଅଧ୍ୟକ୍ଷତା କରିବେ । ତେବେ ଖାସ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ୍‌ ଏହି କମିଟି କେତେଟୋ ଟିମ୍‌ର ତର୍ଜମା କରିବ । ଯେପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କିପରି ତ୍ରୁଟି ହେଲା, ଏଥିପାଇଁ ଦାୟୀ କିଏ ? ଭବିଷ୍ୟତରେ ଏହାର ସମାଧାନ କଣ ? । ଘଟଣାର ତଦନ୍ତ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା। ଏହାପର ଠାରୁ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି ।

Comments (0)
Add Comment