ରାହୁଲଙ୍କୁ ୫ ଦିନରେ ୫୦ ଘଣ୍ଟା ଜେରା

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରିଛି । ତଥାପି ରାହୁଲଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ । ଇଡି ରାହୁଲଙ୍କୁ ୫୦ ଘଣ୍ଟା ଜେରା କରିଥିଲେ ବି ସେ ପୂରା ଶାନ୍ତ ଭାବେ ଗୋଟିଏ ସ୍ଥାନରେ ବସି ରହିଥିଲେ । ଏଥିସହ ଇଡି ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ଇଡିର ଅଧିକାରୀଙ୍କ ମଧ୍ୟ ରାହୁଲ ଗାନ୍ଧିଙ୍କ ଧୈର୍ଯ୍ୟକୁ ଦେଖି,ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ନିଜେ ରାହୁଲ ଗାନ୍ଧି ଆଜି ୫୦ ଘଣ୍ଟାର ଜେରା ବେଳେ କ’ଣ ସବୁ ଘଟିଥିଲା,ସେ ବିଷୟରେ ଖୁଲାସା କରି ଏଭଳି ତଥ୍ୟ ଦେଇଛନ୍ତି । ରାହୁଲ କହିଛନ୍ତି, “ମୋତେ ଗୋଟିଏ ଛୋଟିଆ ଓ ସାମାନ୍ୟ ଅନ୍ଧାର ହୋଇଥିବା ରୁମରେ ବସା ଯାଇଥିଲା । ମୋତେ ୩ ଜଣ ଇଡି ଅଧିକାରୀ ଜେରା କରିଥିଲେ । ସେମାନେ କୌଣସି ନିର୍ଦ୍ଦେଶ ପାଇବା ପାଇଁ ବାହାରକୁ ଯାଉଥିଲେ । କିନ୍ତୁ ମୁଁ ଉକ୍ତ ଚେୟାରରେ ଦୀର୍ଘ ଘଣ୍ଟା ଧରି ବସି ରହିଥିଲି । ଏଥିସହ ବେଶ ଧୈର୍ଯ୍ୟର ସହ ଇଡିର ଅଧିକାରୀମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲି ।”

Comments (0)
Add Comment