୧୨୨ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ : ଜାନୁଆରୀ ଶେଷ ହେବା ଉପରେ । ତଥାପି ଥଣ୍ଡା ଥମି ନାହିଁ । ଶୀତ ହେଉଛି,ବର୍ଷା ବି ହେଉଛି । ଗତକାଲିଠାରୁ ଜାମ୍ମୁ କାଶ୍ମୀର ଏବଂ ହିମାଚଳର ଉଚ୍ଚସ୍ତରରେ ପ୍ରବଳ ତୁଷାରପାତ ହେଉଛି । ଏହାର ପ୍ରଭାବ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ଦେଖାଯାଉଛି । ଜାନୁଆରୀରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଦିଲ୍ଲୀରେ ଏହି ମାସରେ ଏକାଧିକ ବାର ବର୍ଷା ହୋଇଛି । କେବଳ ତାହା ନୁହେଁ,ବର୍ଷାରେ ଦିଲ୍ଲୀ ରେକଡର଼୍ ମଧ୍ୟ ଭାଙ୍ଗିଛି । ୧୨୨ ବର୍ଷର ବର୍ଷା ରେକର୍ଡ ଭାଙ୍ଗିଛି ଦିଲ୍ଲୀ । ୧୨୨ ବର୍ଷ ପରେ, ଏହି ଜାନୁଆରୀରେ ୮୮.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୦୧ ମସିହାରେ ପାଣିପାଗ ବିଭାଗ ଏହାର ବୃଷ୍ଟିପାତ ତଥ୍ୟ ଦାଖଲ କରିବା ପରେ ଜାନୁଆରୀରେ ଦିଲ୍ଲୀ ପ୍ରଥମ ଥର ଏତେ ବର୍ଷା ରେକର୍ଡ କରିଛି । ଏହାପୂର୍ବରୁ ୧୯୮୯ ରେ ଦିଲ୍ଲୀ ବର୍ଷର ପ୍ରଥମ ମାସରେ ୭୯.୭ ମିଲିମିଟର ବର୍ଷା ରେକର୍ଡ କରିଥିଲା । ସେହିପରି, ମଧ୍ୟପ୍ରଦେଶରେ ୩୦ ବର୍ଷ ପରେ ଜାନୁଆରୀରେ ଶୀତ ସୀମା ଅତିକ୍ରମ କରିଛି । ଜବଲପୁର, ଭୋପାଳ ଏବଂ ଗ୍ୱାଲିଅରରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଛି । ଭୋପାଳ ଏବଂ ଜବଲପୁରରେ ହାରାହାରି ଶୀତ ଦିନ ପ୍ରାୟ ୪ ଗୁଣ ହୋଇଯାଇଛି ।

Comments (0)
Add Comment