ରିମାଣ୍ଡ ଶେଷ, ଜେଲ୍‌ ଗଲେ ରାଜ କୁନ୍ଦ୍ରା

ଭୁବନେଶ୍ୱର : ଶେଷରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜେଲ ପଠାଇ ଦିଆଯାଇଛି  । ପର୍ଣ୍ଣ ସିନେମା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା  । ଅଧିକ ତଥ୍ୟ ହାସଲ ପାଇଁ ରାଜ କୁନ୍ଦ୍ରାଙ୍କୁ ପୁଲିସ ରିମାଣ୍ଡରେ ଆଣିଥିବାବେଳେ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଅପରପକ୍ଷରେ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିନଥିବାରୁ ସେ ଏବେ ଜେଲ ଭିତରେ ହିଁ ଦିନ କାଟିବେ  ।ସୂଚନାଯୋଗ୍ୟଯେ, ରାଜ କୁନ୍ଦ୍ରା କେତେକ ନବାଗତ ଅଭିନେତ୍ରୀଙ୍କୁ ନେଇ ପର୍ଣ୍ଣ ସିନେମା ସୁଟିଂ କରୁଥିଲେ  । ଲଣ୍ଡନର ନିଜ ସହଯୋଗୀଙ୍କ ସହ ସେ ଏକ ଆପସରେ ଏହି ସିନେମା ପ୍ରସାରିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ  । ଗତ ଫେବୃଆରୀରେ ଏନେଇ ମାମଲା ହେବାପରେ ମୁମ୍ବାଇ ପୁଲିସ ଛାନଭିନ କରିଥିଲା  । ପୁଲିସ କେତେକ ଅଭିନେତ୍ରୀ ଓ ଦଲାଲଙ୍କୁ ଗିରଫ କରି ପଚରାଉଚରା କରିବା ପରେ ରାଜ କୁନ୍ଦ୍ରାଙ୍କ ନାମ ସାମ୍ନାକୁ ଆସିଥିଲା  ।

Comments (0)
Add Comment