ଜାଣନ୍ତୁ ୟୁକ୍ରେନ-ଋଷ ଯୁଦ୍ଧର ତାଜା ରିପୋର୍ଟ,ଆଲୋଚନା ପାଇଁ ବେଲରୁଷରେ ପହିଞ୍ଚିଲେ ଋଷ ପ୍ରତିନିଧି ଦଳ !

କିଭ : ୟୁକ୍ରେନର ରାଜଧାନୀ ଉପରେ ଋଷ ସେନା ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଛି । ଆଜି ଆକ୍ରମଣର ଚତୁର୍ଥ ଦିନ । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଚିନ୍ତା ପ୍ରକଟ କରିଛନ୍ତି । ଖୁବଶୀଘ୍ର ଋଷ ୟୁକ୍ରେନର ରାଜଧାନୀ କିଭକୁ କବଜା କରିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ୟୁକ୍ରେନ ଛାଡିବାକୁ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଏଥିରେ ମାନ ନଥିଲେ । କହିଥିଲେ ଋଷ ବିରୋଧରେ ପ୍ରାଣ ଥିବା ଯାଏ ଛିଡା ହୋଇ ରହିବି ବୋଲି କହିଥିଲେ । ସାଟେଲାଇଟ୍‌ ଫଟୋ ସେୟାର କରି ଆମେରିକାର ଏଜେନ୍ସି ଦାବି କରିଛି ଯେ ଋଷ ୟୁକ୍ରେନର ଏକ ବଡ଼ ଅଂଶ ଦଖଲ କରିଛି । ମିଳିତ ଜାତିସଂଘ ନିଶ୍ଚିତ କରିଛି ଯେ ଋଷର ଆକ୍ରମଣରେ ୍ରୁକ୍ରେନରେ ପ୍ରାୟ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଅପରେସନ୍‌ ଗଙ୍ଗା ଚଳାଇଛି । ଏହାର ଭିତରେ ଏକ ବଡ ଖବର ସାମ୍ନା ଆସିଛି ଏକ ନ୍ୟୁଜ ଏଜେନ୍ସି ମୁତବାକ ଋଷର ଏକ ପ୍ରତିନିଧି ଦଳ ବେଲରୁସରେ ପହଞ୍ଚିଛି । ସେଠାରେ ସେମାନେ ୟୁକ୍ରେନ ସହିତ ଆଲୋଚନା କରିବେ ବୋଲି ଜଣାପଡିଛି । ଏନେଇ ଋଷ କିମ୍ବା ବେଲରୁଷ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇଛି ।

Comments (0)
Add Comment