ସପା ଜାରି କଲା ନିର୍ବାଚନୀ ଇସ୍ତାହାର : ମହିଳା, କୃଷକ ଓ ଯୁବକଙ୍କୁ ଦେଲେ ଲୋଭନୀୟ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଜର ଇସ୍ତାହାର ଘୋଷଣା କରିଛି । ଏଥିରେ କୁହାଯାଇଛି ଯେ, ଦଳ ଜିତିଲେ ଆଗାମୀ ୫ ବର୍ଷରେ ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ । ମାଗଣା ବିଦ୍ୟୁତ୍‌ ଏବଂ ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ସୁଧମୁକ୍ତ ଋଣ ପାଇଁ ବ୍ୟବସ୍ଥା କରାଯିବ । ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି । କୃଷକ, ମହିଳା, ଛାତ୍ର ଏବଂ ସାଧାରଣ ଲୋକଙ୍କ ପାଇଁ ଇସ୍ତାହାରରେ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି । ସୂଚନାଯୋଗ୍ୟ ଯେ ବିଜେପି ଆଜି ସକାଳେ ନିଜର ସଂକଳ୍ପ ପତ୍ର ଜାରି କରିଛି । ଯେଉଁଥିରେ ମହିଳାମାନଙ୍କୁ ପ୍ରତିବର୍ଷ ତିନୋଟି ମାଗଣା ସିଲିଣ୍ଡର, ବାଳିକା ଛାତ୍ରଛାତ୍ରୀଙ୍କୁ ସ୍କୁଟି, ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍‌ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରତିଶୃତି ଦିଆଯାଇଛି ।
ସମାଜବାଦୀ ଦଳର ନିର୍ବାଚନୀ ଇସ୍ତାହାର ଥିବା ପ୍ରମୁଖ ପ୍ରତିଶ୍ରୁତି ଗୁଡିକ ହେଲା..
-ସମସ୍ତ ଫସଲ ପାଇଁ ଏମଏସପି ଅଧୀନରେ ଅଣାଯିବ
-୨୦୨୫ ସୁଦ୍ଧା ସମସ୍ତ କୃଷକ ଋଣମୁକ୍ତ ହେବେ
-ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍‌
-କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବେ
-ସମସ୍ତ ଗରିବ ଲୋକଙ୍କୁ ପ୍ରତିମାସରେ ଦୁଇଟି ସିଲିଣ୍ଡର ମାଗଣାରେ ଦିଆଯିବ
-ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ

  • ଝିଅମାନଙ୍କ ଶିକ୍ଷା କେଜିରୁ ପିଜି ଯାଏ ମାଗଣା ହେବ ।
  • ସମାଜବାଦୀ ପେନସନ ପୁଣି ଥରେ ଆରମ୍ଭ ହେବ
    -ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କୁ ପୁଣି ଥରେ ଫେରାଇ ଅଣାଯିବ ।
  • ଗରିବ ଲୋକଙ୍କୁ ବାର୍ଷିକ ୧୮୦୦୦ ଟଙ୍କା ପେନସନ୍‌ ଦିଆଯିବ
  • ପ୍ରତ୍ୟେକ ସମାଜରେ ‘ସମାଜବାଲି ଥାଲି’ ଆରମ୍ଭ ହେବ, ଏହା ଅଧୀନରେ ୧୦ ଟଙ୍କାରେ ଖାଦ୍ୟ ଥାଳି ମିଳିବ
    -ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତିମାସରେ ଦୁଇ ଲିଟର ମାଗଣା ପେଟ୍ରୋଲ
    -ମହିଳାମାନଙ୍କୁ ପ୍ରତିବର୍ଷ ଦୁଇଟି ମାଗଣା ସିଲିଣ୍ଡର ଦିଆଯିବ
    -ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ଦିଆଯିବ
    -ସମଗ୍ର ୟୁପିରେ ୨୪ ଘଣ୍ଟା ବିଦ୍ୟୁତ୍‌ ଦିଆଯିବ
    -ସମସ୍ତ ଗ୍ରାମ ଏବଂ ସହରରେ ମାଗଣା ୱାଇଫାଇ ଜୋନ୍‌ ସୃଷ୍ଟି ହେବ
    -୨୦୨୭ ସୁଦ୍ଧା ଦୁଇ କୋଟି ଚାକିରି ସୃଷ୍ଟି ହେବ
Comments (0)
Add Comment