ସେପ୍ଟେମ୍ବର ୧୨ରେ ହେବ ନିଟ୍‌ ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ସିବିଏସ୍‌ଇ ସଂସ୍କାର ଏବଂ କମ୍ପାର୍ଟମେଣ୍ଟ ପରୀକ୍ଷା ସୂଚୀ ସହ ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷାର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଦୁଇଟି ଆବେଦନର ଶୁଣାଣି କରିଛନ୍ତି । ଏହି ଅବସରରେ ନିଟ୍‌ ପରୀକ୍ଷା ସ୍ଥଗିତ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ନିଟ୍‌ ପରୀକ୍ଷା ଏପ୍ରିଲ ମାସରେ କରାଯିବାକୁ ସ୍ଥିରକୃତ ହୋଇଥିଲା କିନ୍ତୁ କରୋନା ଭାଇରସର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା ।
ଜୁଲାଇ ୧୨ ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଥିଲେ ଯେ ସେପ୍ଟେମ୍ବର ୧୨ ରେ ନିଟ ପରୀକ୍ଷା କରାଯିବ । ଏଥି ସହିତ କୋଭିଡ -୧୯ ପ୍ରୋଟୋକଲ ଅନୁସରଣ କରି ଏହି ପରୀକ୍ଷା କରାଯିବ ବୋଲି ସେ କହିଥିଲେ ।
ନିଟ୍‌ ପରୀକ୍ଷା ପ୍ରଥମ ଥର ପାଇଁ ୧୩ ଟି ଭାଷାରେ କରାଯିବ । ପରୀକ୍ଷାର ମାଧ୍ୟମ ଭାବରେ ପଞ୍ଜାବୀ ଏବଂ ମାଲାୟାଲମ୍‌ ଯୋଗ କରାଯାଇଛି । ଏଥି ସହିତ ପଶ୍ଚିମ ଏସିଆରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କୁଏତରେ ନିଟ୍‌ ପାଇଁ ଏକ ନୂତନ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ।

Comments (0)
Add Comment