ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ବୁଧବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ପେଶାଲ କୋର୍ଟ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୪ ରେ ଦିଲ୍ଲୀର ଏକ ହୋଟେଲରେ ସୁନନ୍ଦଙ୍କ ମୃତଦେହ ମିଳିଥିଲା ।
ପୁଷ୍କରଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଶଶି ଥରୁର ଏହି ଘଟଣାରେ ସଂପୃକ୍ତ ଥିଲେ ବୋଲି କୁହାଯାଉଥିଲା । ଦୋଷମୁକ୍ତ ହେବା ପରେ ଥରୁର କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଁ ଦୀର୍ଘ ୭ ବର୍ଷ ହେଲାଣି ଯେଉଁ ଯନ୍ତ୍ରଣା ଭୋଗ କରୁଥିଲେ ସେଥିରୁ ଆଜି ମୁକ୍ତି ପାଇଲି ଓ ସୁନନ୍ଦାଙ୍କ ଆତ୍ମକୁ ମଧ୍ୟ ଆଜି ଶାନ୍ତି ମିଳିବ ବୋଲି ସେ କହିଥିଲେ ।
ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋଏଲ ଏହି ରାୟ ଶୁଣାଇଥିଲେ । ଆଡଭୋକେଟ୍ ବିକାଶ ପହୱା ଥରୁରଙ୍କ ପାଇଁ କୋର୍ଟରେ ହାଜର ହୋଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ । ଏହି ସମସ୍ତ ପ୍ରକ୍ରିୟା ଭର୍ଚୁଆଲ ମାଧ୍ୟମରେ ହୋଇଥିଲା । ଥରୁର ମଧ୍ୟ ଏଥିରେ ଭାଗ ନେଇଥିଲେ । ଏପ୍ରିଲ ୧୨ ରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।