ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୁର ଗାଁରେ ବଢିପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସାମରେ ଏହି ସମୟରେ ୨୪ ଜିଲ୍ଲାର ୨,୦୧୫ ଗାଁର ୧୩ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ଭିଡିଓରେ ଆପଣ ଦେଖିପାରୁଥିବେ ବିଧାୟକ ମୃଣାଳ ସୈକିଆ ବଢିପାଣିରେ ଏକ ପଟା ଉପରେ ବସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହି ଭିଡିଓଟି ତାଙ୍କ ବିଧାନସଭା କ୍ଷେତ୍ର ଖୁମତାଇ ଅଂଚଳର ବୋଲି ଜଣାପଡିଛି । ଏହି ଭିଡିଓକୁ ୟୁଜର୍ସ ମାନେ ଖୁବ୍ ପସନ୍ଦ କରିବା ସହ ବିଧାୟକଙ୍କ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।