ସୋନିଆଙ୍କ ଡ୍ୟାମେଜ କଣ୍ଟ୍ରୋଲ ଅଭିଯାନ : ଡାକିଲେ ଏଆଇସିସି ସାଧାରଣ ସଂପାଦକ ଓ ପ୍ରଭାରୀଙ୍କ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ଆକସନ ମୋଡ୍‌ରେ । ଦଳ ସଜାଡ଼ିବା ପାଇଁ ସେ ଆରମ୍ଭ କରିଦେଇଛନ୍ତି ଅଭିଯାନ । ମାର୍ଚ୍ଚ ୨୬ରେ ଦଳର ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀଙ୍କ ଏକ ବୈଠକ ଡାକିଛନ୍ତି ସୋନିଆ । ଏହି ବୈଠକରେ ସାଂଗଠନିକ ନିର୍ବାଚନ, ଦଳର ସଦସ୍ୟତା ଅଭିଯାନ ଏବଂ ଆନ୍ଦୋଳନମୂଳକ କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ବିଶଦ ଆଲୋଚନା କରିବା ବ୍ୟତୀତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି । କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ଦଳର ମୁଖ୍ୟାଳୟରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ ଏବଂ ସମସ୍ତ ସାଧାରଣ ସମ୍ପାଦକ ଏବଂ ରାଜ୍ୟ ପ୍ରଭାରୀମାନଙ୍କୁ ବୈଠକରେ ଯୋଗଦେବାକୁ କୁହାଯାଇଛି । ଏହି ବୈଠକରେ ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ ସଦସ୍ୟତା ଅଭିଯାନର ଅଗ୍ରଗତି ତଥା ଦଳର ଭବିଷ୍ୟତ କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

Comments (0)
Add Comment