ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ପଚରାଉଚରା ଶେଷ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ତୃତୀୟ ଦିନରେ କଂଗ୍ରେସ ମୁଖିଆଙ୍କୁ ପ୍ରାୟ ୩ ଘଣ୍ଟା ପ୍ରଶ୍ନ ପଚରାଯାଇଥିଲା । ପରବର୍ତ୍ତୀ ସମନ ପର୍ଯ୍ୟନ୍ତ ତାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରେ ହାଜର ହେବାକୁ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି । ପ୍ରକାଶ ଯେ, ତିନି ଦିନ ମଧ୍ୟରେ ପ୍ରାୟ ୧୨ ଘଣ୍ଟା ମଧ୍ୟରେ ଅନୁସନ୍ଧାନକାରୀ ସଂସ୍ଥା ସୋନିଆଙ୍କୁ ୧୦୦ ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି ।
ପ୍ରାୟ ତିନି ଘଣ୍ଟା ପଚରାଉଚରା ପରେ ସୋନିଆ ଗାନ୍ଧୀ ବୁଧବାର ଦିନ ଇଡି କାର୍ଯ୍ୟାଳୟ ଛାଡିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କୁ ଆଉ ଡକାଯିବ ନାହିଁ । ଏକ ରିପୋର୍ଟରେ କୁହାଯାଇଛି ଯେ ଆବଶ୍ୟକ ହେଲେ ଅନୁସନ୍ଧାନକାରୀ ସଂସ୍ଥା ସମନ ଜାରି କରିପାରିବ ।
ଏକ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ମୁଖ୍ୟ ଫଟାଫଟ ଉତ୍ତର ରଖୁଥିଲେ । ପ୍ରକାଶ ଯେ, ତିନି ଦିନ ମଧ୍ୟରେ ଅନୁସନ୍ଧାନକାରୀ ସଂସ୍ଥା ସୋନିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ଏଥି ସହିତ, ରାହୁଲଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୧୫୦ ଟି ପ୍ରଶ୍ନ ପଚରାଯାଇଥିଲା ।