ଆମେରିକାର ଚିନ୍ତା ବଢାଇଛି ତାଲିବାନ

କାବୁଲ: ତାଲିବାନ କାବୁଲ ଦଖଲ ପରେ ଆମେରିକା ଚିନ୍ତା ବଢ଼ିଛି । ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ ହକ ହେଲିକପଟର ଆଦି ହାତେଇ ନେଇଛି । ତାଲିବାନ ଆତଙ୍କବାଦୀମାନେ ଆମେରିକାର ସେନାର ୟୁନିଫର୍ମ ପିନ୍ଧି ଆମେରିକାର ସାମରିକ ଯାନଗୁଡ଼ିକୁ ବ୍ୟବହାର କରିବା ସହ ବ୍ଲାକ ହକ ହେଲିକପଟରରେ ଚକ୍କର କାଟିବା ଦୃଶ୍ୟ ଆମେରିକା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି । ସତେ ଯେମିତି ଆମେରିକା ହିଁ ତାଲିବାନକୁ ଆଫଗାନିସ୍ତାନରେ ପୁଣି କ୍ଷମତାକୁ ଆଣିଛି, ସେଭଳି ଦୃଶ୍ୟ ଦେଖିବାକୁ ମଳିଛି । ଆମେରିକା ସେନା ନିଜ ପାଇଁ ନିର୍ମାଣ କରିଥିବା ଅତ୍ୟାଧୁନିକ ଶିବିରଗୁଡ଼ିକ ଏବେ ଆତଙ୍କବାଦୀଙ୍କ ବିଶ୍ରାମ କେନ୍ଦ୍ର ପାଲଟିଛି ।

Comments (0)
Add Comment