କାବୁଲ: ଆଫଗାନିସ୍ତାନର ପଞ୍ଜଶିରରେ ଇଣ୍ଟରନେଟ୍ ସଟଡାଉନ୍ ହୋଇଛି। ତାଲିବାନୀମାନେ ଏହି ଇଣ୍ଟରନେଟ୍ ସଟଡାଉନ୍ କରିଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏହି ପଞ୍ଜଶିରରେ ରହୁଛନ୍ତି। ସେ ବିଭିନ୍ନ ସମୟରେ ଟ୍ୱିଟ୍ କରି ବାର୍ତ୍ତା ଦେଉଛନ୍ତି। ତେଣୁ ଏବେ ଅମରୁଲ୍ଲାଙ୍କୁ ରୋକିବା ପାଇଁ ତାଲିବାନୀ ଇଣ୍ଟରନେଟ୍ ସଟଡାଉନ୍ କରିଛନ୍ତି ବୋଲି ସୂଚନା ରହିଛି।ଆଫଗାନିସ୍ତାନର ସମସ୍ତ ପ୍ରାନ୍ତକୁ ତାଲିବାନୀ କବଜା କରିଛନ୍ତି କିନ୍ତୁ ଏହି ପଞ୍ଜଶିରକୁ ତାଲିବାନୀ କବଜା କରିପାରି ନାହାନ୍ତି। ଆଗାମୀ ଦିନରେ ତାଲିବାନୀ ପାଇଁ ପଞ୍ଜଶିରାରେ ଥିବା ବିଦ୍ରୋହୀ ତାଲିବାନୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ତାଲିବାନୀ ମାନେ ପୂର୍ବତନ ଉପ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେ ଆତ୍ମସମର୍ପଣ କରିନଥିଲେ।