ଅବସର ବେଳେ ପାଇଥିଲେ ୪୦ ଲକ୍ଷ,ଗରିବଙ୍କ ପାଠପଢା ପାଇଁ ଦେଇଦେଲେ ସବୁଯାକ

ନୂଆଦିଲ୍ଲୀ : ଏପରି ଅନେକ ଲୋକ ଅଛନ୍ତି,ଯେଉଁମାନେ ଆବଶ୍ୟକତା ଠାରୁ ଅଯଥାରେ ଅଧିକ ଖର୍ଚ୍ଚ କରିନ୍ତି । ଟଙ୍କାକୁ ସେମାନେ ମହତ କାର୍ଯ୍ୟରେ ଲଗାଇବା ବଦଳରେ ବରବାଦ କରନ୍ତି । ସେମାନଙ୍କର ଏହି ଅଯଥା ଖର୍ଚ୍ଚରେ ବହୁ ଗରିବ ଓ ଅସହାୟ ପିଲା ଓ ବୁଢାବୁଢି ଉପକୃତ ହୋଇପାରନ୍ତେ । କିନ୍ତୁ ମଣିଷପଣିଆର ଅଭାବରୁ ଏପରି ହୋଇଥାଏ । କିନ୍ତୁ,ଏପରି ବି ଲୋକ ଅଛନ୍ତି,ଯେଉଁମାନେ ସ୍ୱତଃପ୍ରବୃତ୍ତ ଭାବେ ସାହାଯ୍ୟ କରିଥାନ୍ତି,ଦାନ କରିଥାନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଲେ ମଧ୍ୟ ପ୍ରଦେଶର ବିଜୟ କୁମାର ଚୈନସରିଆ । ବିଜୟ ମାଷ୍ଟ୍ରେଭାବେ ବେଶ୍‌ ପରିଚିତ । ଗରିବ ପିଲାଙ୍କ ପାଠପଢା ପାଇଁ ୪୦ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଅର୍ଥ ତାଙ୍କର ଅବସର ପ୍ରାପ୍ୟ । ବିଜୟ କୁହନ୍ତି, ମୁଁ ଦୀର୍ଘ ୩୯ବର୍ଷ ହେବ ପିଲାଙ୍କୁ ପାଠ ପଢାଇଆସିଛି । ଏହି ସମୟରେ ମତେ ଖୁବ୍‌ ଭଲ ପାଇବା ମିଳିଛି । ମୋର ଦୁଇ ପୁଅ ପାଠ ପଢି ରୋଜଗାର କଲେଣି । ସେମାନେ ଯଥେଷ୍ଟ ରୋଜଗାର କରୁଛନ୍ତି । ମୋର ଅବସର ସମୟର ଟଙ୍କା କଣ ହେବ । ତେଣୁ ମୁଁ ଏ ଟଙ୍କାକୁ ଦାନ କରିବା କଥା ଚିନ୍ତା କରିଛି । ବିଜୟ ମଧ୍ୟପ୍ରଦେଶର ପନ୍ନା ଖନ୍ଦିଆ ସ୍କୁଲ୍‌ରେ ଶିକ୍ଷକ ଥିଲେ । ଆଦିବାସୀ ବହୁଳ ଅଞ୍ଚଳ ଖଦିଆ । ସେଠାକାର ଲୋକେ ଜଙ୍ଗଲରେ କାମ କରି ରୋଜଗାର କରନ୍ତି । ବିଜୟ ଦେଖୁଥିଲେ, ସେଠାକାର ପିଲା ବୋର୍ଡ ପରୀକ୍ଷା ପାଇଁ ଫି ଦେଇପାରୁନଥିବାରୁ ପରୀକ୍ଷା ଦେଇ ପାରନ୍ତିନି । ଅଧାରେ ଅଟକି ଯଆଏ ପାଠ । ଏମିତିକି ସେହି ପିଲାମାନଙ୍କ ପାଖରେ ପିନ୍ଧିବାକୁ ଭଲ ପୋଷାକ ମଧ୍ୟ ନଥାଏ । ଏସବୁ ଦେଖି ଅବସର ନେବାର ଗୋଟେ ବର୍ଷ ପୂର୍ବରୁ ତାଙ୍କର ସମସ୍ତ ଅବସର ପ୍ରାପ୍ୟକୁ ସେହି ପିଲାମାନଙ୍କ ପାଇଁ ଦେବାକୁ ନିଷ୍ପତ୍ତି ନେଇଖିଲେ ବିଜୟ ।

Comments (0)
Add Comment