ତେଲେଙ୍ଗାନାରେ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା

ହାଇଦ୍ରାବାଦ: ଆସନ୍ତା ୧୬ ତାରିଖରୁ ତେଲେଙ୍ଗାନାରେ ଆରମ୍ଭ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା । ଏହାର ନାଁ ରଖାଯାଇଛି ସମ୍ମାକ୍କା ସରକ୍କା ଯାତ୍ରା । ଚାରି ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଯୋଗଦେବେ ପ୍ରାୟ ୧କୋଟି ୨୫ଲକ୍ଷ ଲୋକ । ଆନ୍ଧ୍ର,ମହାରାଷ୍ଟ୍ର, କର୍ଣ୍ଣାଟକା, ଛତିଶଗଡ, ମଧ୍ୟପ୍ରଦେଶ, ଓଡିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଯୋଗଦେବେ । ବିଭିନ୍ନ ରାଜ୍ୟରେ ଥିବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀମାନେ ପ୍ରତି ୨ ବର୍ଷରେ ଏହି ମେଳା ପାଳନ କରନ୍ତି । ଯୋଦ୍ଧା ସମ୍ମାକ୍କା ଓ ସାରକ୍କାଙ୍କ ବୀରତ୍ୱକୁ ସ୍ମରଣ କରିବା ପାଇଁ ଏପରି ଉତ୍ସବ ଆୟୋଜନ କରାଯାଏ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । ପୁଲିସ ପକ୍ଷରୁ ୩୮୨ ସିସିଟିଭି ଓ ୨ଟି ଡ୍ରୋନର ବ୍ୟବସ୍ଥା ହୋଇଛି । ବରିଷ୍ଠ ଅଧିକାରୀମାନେ ନିୟମିତ ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟ ସଚିବ ସୋମେଶ କୁମାର ଓ ଡିଜିପି ମହେନ୍ଦ୍ର ରେଡ୍ଡୀ ମେଳା ସ୍ଥଳକୁ ଯାଇ ସବୁ ପ୍ରକାରର ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ତେବେ କରୋନା ସଂକ୍ରମଣ ସମୟରେ ଏଭଳି ଏକ ବିଶାଳ ମେଳା ଆୟୋଜନ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି ।

Comments (0)
Add Comment