ଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍‌, କାରଣ କହିଲେ ସପା ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି(ସପା)ର ବହୁ ନେତା ବିରୋଧ କରୁଛନ୍ତି । ଗତକାଲି ଅବୁଆଜମୀ, ଶପିକୁରହମାନ ବର୍କଙ୍କ ପରେ ଆଜି ସପା ସାଂସଦ ଏସଟି ହସନ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ଅଜବ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଝିଅ ଯଦି ପିଲା ଜନ୍ମ କରିବାକୁ ସକ୍ଷମ ହୋଇଯିବ ତେବେ ତାଙ୍କୁ ବିବାହ କରିଦେବା ଉଚିତ୍‌ । ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ଝିଅମାନଙ୍କ ବୟସ ବଢିବା ପରେ ସେମାନେ ଅଶ୍ଲିଳ ଚିତ୍ର ଓ ଭିଡିଓ ଦେଖି ଆହୁରି ଖରାପ ହୋଇଯାଉଛନ୍ତି ।

ନ୍ୟୁଜି ଏଜେନ୍ସି ଏଏନ୍‌ଆଇ ସହ ଆଲୋଚନା କରିବା ସମୟରେ ହସନ କହିଛନ୍ତି ମହିଳାଙ୍କ ପ୍ରଜନନ ଆୟୁ ୧୬-୧୭ରୁ ଆରମ୍ଭ କରି ୩୦ ବର୍ଷ ମଧ୍ୟରେ ହୋଇଥାଏ । ୧୬ ବର୍ଷରୁ ବିବାହ ପ୍ରସ୍ତାବ ଆସିଥାଏ । ଯଦି ବିବାହକୁ ବିଳମ୍ବ କରାଯାଏ ତେବେ ଦୁଇଟି ସମସ୍ୟା ସୃଷ୍ଟି ହେବ । ପ୍ରଥମତଃ ନିସନ୍ତାନ ହେବାର ସମ୍ଭାବନା ରହିଛି । ଅନ୍ୟଟି ଆପଣ ବୃଦ୍ଧ ହୋଇଯାଇଥିବା ବେଳେ ଆପଣଙ୍କ ପିଲା ପାଠ ପଢୁଥିବ । ପିତାମାତା ପିଲାଙ୍କଠାରୁ ଯେଉଁ ସାହାଯ୍ୟ ସହଯୋଗ ଆଶା କରିଥାନ୍ତି ତାହା ପାଇପାରବେ ନାହିଁ ବୋଲି ସପା ସାଂସଦ କହିଛନ୍ତି । ସେ ଆହୁରି କହିଛନ୍ତି ଯଦି ଜଣେ ୧୮ ବର୍ଷରେ ଭୋଟ ଦେଇପାରୁଛି ତେବେ ସେ ବିବାହ କାହିଁକି କରିନପାରିବ । ପିଲାମାନେ ବଡ ହୋଇଗଲେ ଅଶ୍ଳିଳ ଫଟୋ ଓ ଭିଡିଓ ଦେଖନ୍ତି ବୋଲି ସେ କହିଛନ୍ତି ।

The girl should have been married for 18 yearsଝିଅଙ୍କୁ ୧୬ ବର୍ଷରୁ ବିବାହଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍‌
Comments (0)
Add Comment