ନିଲାମ ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ମିଳିପାରେ ଦେଢକୋଟି ଟଙ୍କା

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଦୁନିଆର ପ୍ରଥମ ଏସ୍‌ଏମ୍‌ଏସ୍‌କୁ ନିଲାମ କରିବାକୁ ଯାଉଛି । ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ୧୪ ଟି ଶବ୍ଦ ବିଶିଷ୍ଟ ଥିଲା ଏବଂ ଏହା ୧.୫ କୋଟିରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଛି । କମ୍ପାନୀ କହିଛି ଯେ ଏହି ଏସ୍‌ଏମ୍‌ଏସକୁ ଏକ ଅଣ-ଫୁଙ୍ଗିବଲ୍‌ ଟୋକେନ୍‌ (ଏନ୍‌ଏଫ୍‌ଟି) ଭାବରେ ନିଲାମ କରାଯିବ । କମ୍ପାନୀ ଏହାର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରିଛି ଯେ ଏହା ଭୋଡାଫୋନର ପ୍ରଥମ ଏନ୍‌ଏଫ୍‌ଟି ଏବଂ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ ଟେକ୍‌ଷ୍ଟ ନିଲାମ କରିବା ପାଇଁ କମ୍ପାନୀ ଏହାକୁ ଏନ୍‌ଏଫଟିରେ ରୂପାନ୍ତର କରୁଛି । ଏହି ନିଲାମରେ ୨ ଲକ୍ଷ ଡଲାରରୁ ଅଧିକ (ପ୍ରାୟ ୧,୫୨,୪୮,୩୦୦ ଟଙ୍କା) ରେ ନିଲାମ ହେବ ବୋଲି ଆଶା କରାଯାଉଛି । ଏଥିରୁ ମିଳିବାକୁ ଥିବା ଅର୍ଥରାଶିକୁ କମ୍ପାନୀ ଶରଣାର୍ଥୀଙ୍କ ସାହାଯ୍ୟ ପାଇଁ ଦାନ କରିବ ବୋଲି ଜଣାପଡିଛି ।

ନିଲାମ ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ | The world’s first SMS will be auctioned for Rs 1.5 crore


ଭୋଡାଫୋନ୍‌ ନେଟୱାର୍କ ମାଧ୍ୟମରେ ଡିସେମ୍ବର ୩, ୧୯୯୨ ରେ ଦୁନିଆର ପ୍ରଥମ ଏସଏମଏସ ପଠାଯାଇଥିଲା । ପ୍ରାୟ ତିନି ଦଶନ୍ଧି ପୂର୍ବରୁ ପଠାଯାଇଥିବା ଏହି ଏସଏମଏସରେ “ମେରୀ ଖ୍ରୀଷ୍ଟମାସ’ର ବାର୍ତ୍ତା ଥିଲା । ଏହାକୁ ଭୋଡାଫୋନର ଜଣେ କର୍ମଚାରୀ ରିଚାର୍ଡ ଜାରଭିସ୍‌ ଗ୍ରହଣ କରିଥିଲେ । ଦୁନିଆର ପ୍ରଥମ ଏସ୍‌ଏମଏସ ଏନଏଫଟିକୁ ଡିସେମ୍ବର ୨୧ ରେ ପ୍ୟାରିସରେ ନିଲାମ ହେବ । ନିଲାମରେ ବିଡିଂ ପାଇଁ ଆପଣମାନେ ଅନଲାଇନରେ ମଧ୍ୟ ଅଂଶଗ୍ରହଣ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

SMSThe world's first SMS will be auctioned for Rs 1.5 croreନିଲାମ ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌
Comments (0)
Add Comment