ଟ୍ରମ୍ପଙ୍କୁ ନିଜର ନୋବେଲ ପୁରସ୍କାର ଦେଲେ ମାଚାଡୋ

ନୂଆଦିଲ୍ଲୀ,୧୬/୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଭେନେଜୁଏଲାର ବିରୋଧୀ ନେତା ତଥା ନୋବେଲ ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ମାଚାଡୋ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ କହିଛନ୍ତି ଯେ, ସେ ସାକ୍ଷାତ ସମୟରେ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଛନ୍ତି। ଯଦିଓ ସେ ପ୍ରକୃତରେ ଏହାକୁ ଗ୍ରହଣ କରିଛନ୍ତି କି ନାହିଁ ତାହା କହିବାକୁ ମନା କରିଦେଇଥିଲେ। ମାଚାଡୋ ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ବୈଠକ ପାଇଁ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ।

ଚଳିତ ମାସ ଆରମ୍ଭରେ ଆମେରିକା ନେତୃତ୍ୱରେ ପୂର୍ବତନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ଭେନେଜୁଏଲାର ରାଜନୈତିକ ଭବିଷ୍ୟତ ଉପରେ ତୀବ୍ର ବିତର୍କ ହେଉଥିଲା । ଆଉ ଏହାରି ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ଘଣ୍ଟାରୁ ଅଧିକ ଆଲୋଚନା ପରେ ମାଚାଡୋ ହ୍ୱାଇଟ୍ ହାଉସ୍ ଛାଡିଥିଲେ। ସେ ସମର୍ଥକମାନଙ୍କୁ କହିଥିଲେ, “ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଭରସା କରିପାରିବା,” କିଛି ଲୋକ ୱାଶିଂଟନରେ ଅନ୍ୟ ବୈଠକ ପାଇଁ ଯିବା ପୂର୍ବରୁ “ଧନ୍ୟବାଦ ଟ୍ରମ୍ପ” ସ୍ଲୋଗାନ ଦେଇଥିଲେ।

Comments (0)
Add Comment