ୟୁଏଇ ଉପରେ ଘନ ଘନ ମିସାଇଲ ମାଡ : ସମର୍ଥନରେ ବାହାରିଲା ଆମେରିକା

ଦୁବାଇ: ଏବେ କିଛି ଦିନ ହେଲା ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଉପରେ ଚାଲିଛି ଭୟଙ୍କର ମିସାଇଲ ମାଡ । ଏଥିରେ ଏହାର ବିପୁଳ କ୍ଷତି ହେଲାଣି । ୟେମେନରେ ଥିବା ଇହୁଦି ବିଦ୍ରୋହୀ ଗୋଷ୍ଠୀ ଏଭଳି ଆକ୍ରମଣ କରୁଛି । ଏହି ଆକ୍ରମଣର ଜବାବ ଦେବା ପାଇଁ ବର୍ତ୍ତମାନ ଆମେରିକା ଆଗେଇ ଆସିଛି । ୟୁଏଇକୁ ଏହା ସମସ୍ତ ପ୍ରକାର ସାହାଯ୍ୟ କରିବ ବୋଲି ଘୋଷଣା କରିଛି । ଆମେରିକା ପକ୍ଷରୁ ଗାଇଡେଡ ମିସାଇଲ ବିଧ୍ୱଂସକାରୀ, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ମୁତୟନ କରାଯିବ । ଏଗୁଡିକ ସବୁବେଳେ ୟୁଏଇର ସୁରକ୍ଷା କରିବେ । ବିଦ୍ରୋହୀ ଗୋଷ୍ଠୀ ବାରମ୍ବାର ହମଲା କରୁଥିବାରୁ ଅବୁଧାବି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟଦ ଅଲ ନହୟାଦନ ନିକଟରେ ଫୋନ ଯୋଗେ ଆମେରିକାର ପ୍ରତିରକ୍ଷା ସଚିବ ଏଲ ଅଷ୍ଟିନଙ୍କ ସହ କଥା ହୋଇଥିଲେ । ଏହାପରେ ୟୁଏଇ ପ୍ରତି ରହିଥିବା ବିପଦକୁ ଦୃଷ୍ଟିରେ ରଖି ଆମେରିକା ସହାୟତା କରିବାକୁ ଆଗେଇ ଆସିଛି । ଏ ସମ୍ପର୍କରେ ୟୁଏଇରେ ଅବସ୍ଥାପିତ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୟେମେନରେ ଥିବା ଇରାନ ସମର୍ଥିତ ଇହୁଦି ଗୋଷ୍ଠୀ ବିରୋଧରେ ସାଉଦି ନେତୃତ୍ୱାଧୀନ ବାହିନୀ ଲଢେଇ କରୁଛି । ଏହି ବାହିନୀରେ ୟୁଏଇ ବି ରହିଛି । ଏହି କାରଣରୁ ବଦ୍ରୋହୀ ଗୋଷ୍ଠୀ ବାରରମ୍ବାର ୟୁଏଇକୁ ଟାର୍ଗେଟ କରୁଛନ୍ତି ।

Comments (0)
Add Comment