ମୁଣ୍ଡ ନୁଆଁଇଲା ୟୁକ୍ରେନ୍‌: ଆଲୋଚନା ପାଇଁ ଋଷ୍‌କୁ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଋଷ୍‌-ୟୁକ୍ରେନ ଯୁଦ୍ଧ ଅଚାନକ ନୂଆ ମୋଡ଼ ନେଇଛି । ଦୁଇ ଦିନ ଧରି ୟୁକ୍ରେନ ଋଷ୍‌ ଆକ୍ରମଣର ମୁକାବିଲା କରିବା ପରେ ଆଜି ପୂରା ଭାଙ୍ଗି ପଡ଼ିଛି । ପୂର୍ବର ଦମ୍ଭ ମରିଯାଇଛି ଏବଂ ଶେଷରେ ଏହା ମୁଣ୍ଡ ନୁଆଁଇଛି । ଆକ୍ରମଣ ବନ୍ଦ କରିବା ଲାଗି ଏହା ଋଷ୍‌କୁ ଆଲୋଚନା ନିମନ୍ତେ ପ୍ରସ୍ତାବ ଦେଇଛି । ଗତକାଲି ରୁଷ ବିପକ୍ଷରେ କୂଟନୈତିକ ସମ୍ପର୍କ ଛିନ୍ନ କରିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଦିମିର ଜେଲେନସ୍କି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆପୋଷ ବୁଝାମଣା ପାଇଁ ନିମନ୍ତ୍ରଣ କରିଛନ୍ତି । ରୁଷର ନ୍ୟୁଜ୍‌ ସଂସ୍ଥା ଏପି ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷର ଆକ୍ରମଣକୁ ନାଜି ଜର୍ମାନୀର ବର୍ବରତା ସହ ତୁଳନା କରିଥିଲେ ୟୁକ୍ରେନ ରାଷ୍ଟ୍ରପତିି । ରୁଷ ନାଜି ଜର୍ମାନୀ ଭଳି ଆକ୍ରମଣ କରୁଛି ବୋଲି ଜେଲେନସ୍କି କହିଥିଲେ । ସେପଟେ ଆଜି ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ନିକଟବର୍ତ୍ତୀ ହୋଇଯାଇଛନ୍ତି । ଅନ୍ୟପଟେ ଯୁଦ୍ଧ ଘଟଣାକୁ ନେଇ ପୁଟିନଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ । ପୁଟିନଙ୍କୁ ପ୍ରତିପକ୍ଷ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜିନ୍‌ପିଙ୍ଗ । ସେପଟେ ଆକ୍ରମଣକାରୀ ରୁଷ ବିରୋଧରେ ନାଟୋର ନୀରବତା ନେଇ କଡା ସମାଲୋଚନା କରିଛନ୍ତି ତୁର୍କୀଶ ରାଷ୍ଟ୍ରପତି ରିକେପ୍‌ ରାଇପି ।

Comments (0)
Add Comment