ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ

ନୂଆଦିଲ୍ଲୀ: ଏବେ ଆଠ ଦିନ ହେଲା ୟୁକ୍ରେନ ଉପରେ ଆକ୍ରମଣ ଚଳାଇଛି ଋଷ୍‌ । ଆଉ ୟୁକ୍ରେନ ତାହାର ମୁକାବିଲା କରୁଛି । କିନ୍ତୁ ଏଣିକି ଆଉ ଆତ୍ମରକ୍ଷା ନୁହେଁ,ଋଷ୍‌ ଉପରେ ଆକ୍ରମଣ କରିବ ୟୁକ୍ରେନ । ଆଜି ଏଭଳି ଘୋଷଣା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଜି କହିଛନ୍ତି, ଏବେ ଆମେ ରଣନୀତି ବଦଳାଇଛୁ । ଏଣିକି ଆଉ ନିଜକୁ ବଞ୍ଚାଇବାକୁ ନୁହେଁ ବରଂ ଦେଶରୁ ଶତ୍ରୁଙ୍କୁ ତଡିବାକୁ ଉଦ୍ୟମ କରିବୁ । ଆଉ ଏଥିପାଇଁ ଆକ୍ରମଣ ହିଁ ଏକମାତ୍ର ଉପାୟ । ଆକ୍ରମଣ କରି ନିଜ ଦେଶର ସୁରକ୍ଷା କରିବୁ ବୋଲି କହିଛନ୍ତି ଜେଲେନସ୍କି । ଆଉ ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବୟାନ ହିଁ ଦର୍ଶାଉଛି ଯେ, ଆଉ ଋଷ ଆକ୍ରମଣକୁ ସହ୍ୟ କରିବା ମୁଡରେ ନାହିଁ ୟୁକ୍ରେନ । ଯେଉଁଥିପାଇଁ ସିଧାସଳଖ ମୁହାଁମୁହିଁ ହେବାକୁ ଜୋର ଦେଇଛନ୍ତି ଜେଲେନସ୍କି । ୠଷ ସେନା ଯଦି ବଞ୍ଚିବାକୁ ଚାହୁଁଛି ତେବେ ଏବେଠୁ ଘରକୁ ଫେରି ଯାଆନ୍ତୁ ବୋଲି ସେ କହିଛନ୍ତି । ଆଉ ଜେଲେନସ୍କିଙ୍କ ଏଭଳି ଚେତାବନୀ କେଉଁଠି ନା କେଉଁଠି ଦର୍ଶାଉଛି ଯେ, ୟୁକ୍ରେନ ଏବେ ବିଭିନ୍ନ ଦେଶ ଠାରୁ ସହାୟତା ପାଇବା ପରେ ଆହୁରି ଶକ୍ତିଶାଳୀ ହୋଇଛି ।

Comments (0)
Add Comment