କରୋନାରେ କ୍ୟାବିନେଟ ମନ୍ତ୍ରୀଙ୍କ ପରଲୋକ

ଲକ୍ଷେ୍ନା÷ : ଉତ୍ତରପ୍ରଦେଶର ଶିକ୍ଷାମନ୍ତ୍ରୀ କମଳରାନୀ ବରୁଣଙ୍କର ରବିବାର ପରଲୋକ ହୋଇଯାଇଛି । ବିଶ୍ୱ ମହାମାରୀ କରୋନାରେ ସଂକ୍ରମିତ ହେବା ପରେ ସେ ଲକ୍ଷେ୍ନା÷ର ସଂଜୟ ଗାନ୍ଧୀ ପିଜିଆଇରେ ଭର୍ତ୍ତି ହୋଇଥିଲେ । ଏସଜିପିଜିଆଇର ସିଏମ୍‌ଏସ୍ ଡକ୍ଟର ଅମିତ ଅଗ୍ରୱାଲ ତାଙ୍କର ପରଲୋକର ସୂଚନା ଦେଇଛନ୍ତି । ମନ୍ତ୍ରୀ କମଳରାନୀ ବରୁଣଙ୍କ ପରଲୋକର ସୂଚନା ପରେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଆଜି ଥିବା ଅଯୋଧ୍ୟା ଗସ୍ତ ସ୍ଥଗିତ ରଖାଯାଇଛି । ଡାକ୍ତର ଶ୍ରୀ ଅଗ୍ରୱାଲ କହିଥିଲେ ଯେ, କମଳରାନୀ କୋଭିଡ-୧୯ ଭାଇରସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଜୀବନ ରକ୍ଷା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରିଥିଲୁ କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲୁ ।

Comments (0)
Add Comment