ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା

ନୂଆଦିଲ୍ଲୀ : ଶିକ୍ଷକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି । ଆସନ୍ତା ଗୁରୁ ଦିବସ(ସେପ୍ଟେମ୍ବର ୫) ପୂର୍ବରୁ ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଟିଟ୍ କରି ସୂଚନା ଦେଇଛନ୍ତି । ସବୁ ରାଜ୍ୟକୁ ଅତିରିକ୍ତ ୨ କୋଟି ଟିକା ଯୋଗାଇ ଦିଆଯାଇଛି । ତେଣୁ ପ୍ରାଥମିକତା ଭିତ୍ତିରେ ଶିକ୍ଷକମାନଙ୍କୁ ଟିକା ଦିଆଯାଉ ବୋଲି ସେ ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି ।

Comments (0)
Add Comment