ବହୁ ଦେଶରେ ରୋଷେଇ ଘରୁ ଉଭାନ ହୋଇଯିବ ରୁଟି! ଜାଣନ୍ତୁ, ଏହାର କାରଣ

ନୂଆଦିଲ୍ଲୀ : ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ବିଶ୍ୱର ବହୁ ଦେଶକୁ ଭୟଙ୍କର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ । ପ୍ରଭାବ ଏତେ ଶକ୍ତିଶାଳୀ ଓ ବ୍ୟାପକ ହେବ ଯେ ତାହାର ଭରଣା କରିବା ଏବଂ ପୁଣି ସ୍ୱାଭାବିକ ସ୍ଥିତିକୁ ଆସିବା ଲାଗି କେତେ ବର୍ଷ ଲାଗିବ,ତାହା କହିହେବ ନାହିଁ । ଯଦି କିଛି ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ,ତେବେ ଲୋକେ ଦି’ଓଳି ଖାଇବାକୁ ପାଇବା କଷ୍ଟକର ହୋଇପଡ଼ିବ । ଏପରି କି ବହୁ ଦେଶରେ ରୋଷେଇ ଘରୁ ରୁଟି ଉଭାନ ମଧ୍ୟ ହୋଇଯାଇପାରେ । କାରଣ, ଋଷ ହେଉଛି ଗହମର ବିଶ୍ୱର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ର । ଏହି ତାଲିକାରେ ୟୁକ୍ରେନ ୫ମ ସ୍ଥାନରେ ରହିଛି । ମକା ପରେ ଗହମ ହେଉଛି ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଉତ୍ପାଦିତ ଶସ୍ୟ । ଏହି ଶସ୍ୟ ଉତ୍ପାଦନରେ ଉଭୟ ଋଷ ଏବଂ ୟୁକ୍ରେନ ଆଗରେ ଅଛନ୍ତି । ରୁଷ ୧୮% ରୁ ଅଧିକ ଗହମ ରପ୍ତାନି କରେ । କେବଳ ଏହି ଦୁଇ ଦେଶ ବିଶ୍ୱରେ ୨୫.୪% ଗହମ ରପ୍ତାନି କରନ୍ତି । ଅଧିକାଂଶ ଗହମ ଋଷ ଏବଂ ୟୁକ୍ରେନରୁ ଇଜିପ୍ଟକୁ ପଠାଯାଏ । ୨୦୧୯ ରେ ଋଷ ୧୮.୯୯ ହଜାର କୋଟି ପଠାଇଥିବାବେଳେ ୟୁକ୍ରେନ ମିଶରକୁ ୫.୧୦ ହଜାର କୋଟି ଟଙ୍କା ଗହମ ପଠାଇଛି । ଋଷ ଏବଂ ୟୁକ୍ରେନରୁ ଗହମ ଆମଦାନୀ କ୍ଷେତ୍ରରେ ତୁର୍କୀ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଇଣ୍ଡୋନେସିଆ, ବାଂଲାଦେଶ ଏବଂ ନାଇଜେରିଆ ସମେତ ବିଶ୍ୱର ଅନେକ ଦେଶ ଗହମ ରପ୍ତାନି ପାଇଁ ଋଷ ଏବଂ ୟୁକ୍ରେନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ୨୦୧୯ ରେ, ଋଷ ବିଶ୍ୱରେ ୬୦.୬୪ ହଜାର କୋଟି ମୂଲ୍ୟର ଗହମ ରପ୍ତାନି କରିଥିଲା । ଏଥି ସହିତ, ୟୁକ୍ରେନ ୨୦୧୯ ରେ ୨୩.୧୬ ହଜାର କୋଟି ମୂଲ୍ୟର ଗହମ ରପ୍ତାନି କରିଛି । ୧୯୮୦ ଦଶକରେ ରୁଷ ଆମେରିକାରୁ ରପ୍ତାନି ହୋଇଥିବା ମୋଟ ଗହମର ଦୁଇ ତୃତୀୟାଂଶ ଥିଲା । ୧୯୮୫ ରେ, ସୋଭିଏତ୍‌ ୟୁନିଅନ୍‌ (ୟୁଏସ୍‌ଏସ୍‌ଆର୍‌) ଅନ୍ୟ ଦେଶରୁ ୫.୫ ହଜାର କୋଟି ଗହମ ରେକର୍ଡ କ୍ରୟ କରିଥିଲା । ବର୍ତ୍ତମାନ ସମୟ ବଦଳିଛି ଏବଂ ଆଜି ଋଷ ବିଶ୍ୱର ସର୍ବୋଚ୍ଚ ଗହମ ରପ୍ତାନିକାରୀ ହୋଇପାରିଛି । ୨୦୦୧ ରେ ଋଷ ୧% ଗହମ ରପ୍ତାନି କରୁଥିଲା ଏବଂ ୨୦୧୯ ରେ ଏହି ସଂଖ୍ୟା ବିଶ୍ୱର ଗହମ ରପ୍ତାନୀର ୧୮% କୁ ବୃଦ୍ଧି ପାଇଛି । ଗହମ ଅମଳ କ୍ଷେତ୍ରରେ ୟୁକ୍ରେନ ଯେଉଁ ସଫଳତା ହାସଲ କରିଛି ତାହା ପଛରେ ଏକ ଯନ୍ତ୍ରଣାଦାୟକ କାହାଣୀ ଅଛି । ବାସ୍ତବରେ, ୧୯୩୨ ମସିହାରେ, ୟୁକ୍ରେନ ସମେତ ୟୁଏସଏସର ବଡ଼ ଭାଗରେ ଦୁର୍ଭିକ୍ଷ ଦେଖାଦେଇଥିଲା । ଏଥିରେ ୟୁକ୍ରେନର ଲକ୍ଷ ଲକ୍ଷ ଲୋକ ଭୋକରେ ମୃତ୍ୟୁ ବରଣ କରିଥିଲେ । ତା’ପରେ ଏହି ସମସ୍ୟାର ମୁକାବିଲା ପାଇଁ ଜୋସେଫ ଷ୍ଟାଲିନ ନାମରେ ଜଣେ ବ୍ୟକ୍ତି ୟୁକ୍ରେନରେ ଗହମ ଉତ୍ପାଦନ ପାଇଁ ପ୍ରଚଣ୍ଡ ସଂକଳ୍ପ ନେଲେ । ଚାହୁଁ ଚାହୁଁ ଉତ୍ପାଦନ ଏତେ ଚମକ୍ରାର ହେଲା ଯେ ଅନ୍ୟମାନେ ମଧ୍ୟ ଗହମ ଉତ୍ପାଦନ କରିବା ଆରମ୍ଭ କରିଦେଲେ ଏବଂ ଅଭୂତପୂର୍ବ ସଫଳତା ପାଇଲେ । କିଛି ବର୍ଷ ମଧ୍ୟରେ ଗହମ ଚାଷୀଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଆକାରରେ ବଢିଲା । ଆଉ ତାହାର ଫଳସ୍ୱରୂପ ଆଜି ୟୁକ୍ରେନ ହେଉଛି ବିଶ୍ୱରେ ସର୍ବାଧିକ ଗହମ ଉତ୍ପାଦନ ଦେଶ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛି । ୟୁରୋପରେ ୟୁକ୍ରେନ ବ୍ରେଡ୍‌ ବାସ୍କେଟ୍‌ ଭାବରେ ଜଣାଶୁଣା । ତେଣଉ ଏହି ଦୁଇ ଦେଶ ମଧ୍ୟରେ ଯଦି ଯୁଦ୍ଧ ହୁଏ,ତେବେ ବହୁ ଦେଶରେ ରୋଷେଇ ଘରୁ ରୁଟି ଉଭାନ ହୋଇଯିବ ।

Comments (0)
Add Comment