“ହୁ’ ମୁଖ୍ୟଙ୍କ ଏହି ନୂଆ ନାଁ ରଖିଲେ ମୋଦୀ

ନୂଆଦିଲ୍ଲୀ,୨୦/୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଯେମିତି ସ୍ୱତନ୍ତ୍ର,ତାଙ୍କର କଥା କହିବାର ଢଙ୍ଗ ମଧ୍ୟ ସେମିତି ଚମତ୍କାର ଓ ଅନନ୍ୟ । ତାଙ୍କର ବିଚାରଧାରା ଓ ଭାଷଣ ବହୁ ବିଶ୍ୱ ନେତାଙ୍କୁ ମୁଗ୍ଧ ଓ ପ୍ରଭାବିତ କରିଛି । ତାହାର ଆଉ ଏକ ନିଦର୍ଶନ ଏବେ ଦେଖିବାକୁ ମିଳିଛି । ଭାରତରେ ଏକ ସମାରୋହରେ ସାମିଲ ହୋଇଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)ର ମୁଖ୍ୟ ଟେଡ୍‌ରୋସ ଗେବ୍ରେୟସସ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ଟେଡ୍‌ରୋସ ଗୁଜୁରାଟୀ ଭାଷାରେ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ତାଙ୍କର ଏକ ଗୁଜୁରାଟୀ ନାଁ ଦେବାକୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧକ୍ରମେ,ମୋଦୀ ତାଙ୍କ ନାଁ ରଖିଥିଲେ ତୁଲସୀ ଭାଇ । ଗୁଜରାଟର ଜାମନଗରରେ ଡବ୍ଲୁଏଚଓର ଗ୍ଲୋବାଲ ସେଣ୍ଟର ଫର ଡ୍‌ରେସିଲନାଲ ମେଡିସିନର ଉଦଘାଟନ ସମାରୋହକୁ ଗୁଜରାଟୀ ଭାଷାରେ ସମ୍ୱୋଧନ କରିଥିଲେ ହୁ ମୁଖ୍ୟ । ହାତ ଯୋଡି ସମସ୍ତଙ୍କୁ ନମସ୍କାର କରି, ଗୁଜରାଟୀ ଭାଷାରେ ଲୋକଙ୍କୁ କେମଛୋ ପଚାରିଥିଲେ । ମଙ୍ଗଳବାର ଗୁଜରାଟର ଜାମନଗରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ହୁ ନିର୍ଦ୍ଦେଶକ ଟ୍ରେଡୋସ ଏଡନାମ ଗେବ୍ରିୟସସ ଡବ୍ଲୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରେଡିସନାଲ ମେଡିସିନର ଶିଳାନ୍ୟାସ କରିଥିଲେ ।

Comments (0)
Add Comment