ରୁପନଗର : ଦେଶରେ କରୋନା ସଂକଟରେ ସବୁଠାରୁ ବହୁତ କଷ୍ଟ ସହୁଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ । ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ କିଏ ଶହଶହ କି.ମି. ପାଦରେ ଚାଲୁଛନ୍ତି ଆଉ କିଏ ସାଇକେଲ ସହାୟତା ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ଆଉ କେତେକ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ଟ୍ରକରେ ଯାତ୍ରା କରୁଛନ୍ତି । ଆଜି ଏମିତି ଜଣେ ଶ୍ରମିକଙ୍କ ଦୁଃଖର କଥା ବର୍ଣ୍ଣନା କରୁଛୁ, ଯିଏକେ ନିଜ ପାଦରେ ୮ଶହ କି.ମି. ଚାଲାଚାଲି ଗାଁରେ ପହଞ୍ଚିଥିଲେ । କିନ୍ତୁ ତାଙ୍କର ଟେଷ୍ଟ ହେବା ପରେ ପଜିଟିଭ ବାହାରିଛି । ଯାହା ତାଙ୍କ ବୋଝ ଉପରେ ଲଳିତା ବିଡା ସଦୃଶ । ରୁପନଗରର ଏହି ଶ୍ରମିକ ପାଖାପାଖି ୮ଶହ କିଲୋମିଟର ପାଦରେ ଚାଲିଚାଲି କାହନପୁରରୁ ନିଜ ଗାଁକୁ ଫେରିଥିଲେ । ଏହି ଶ୍ରମିକଙ୍କ ମିଶାଇ ଜିଲ୍ଲାରେ ଆକ୍ଟିଭ ପଜିଟିଭ ସଂଖ୍ୟା ୫୫ରେ ପହଞ୍ଚିଛି । ରୂପନଗର ସହରର ଜଣେ ୨୨ ବର୍ଷିୀ ଯୁବକ କାହନପୁର(ୟୁପି)କୁ ନିଜର ରୋଜଗାର ପାଇଁ ଯାଇଥିଲେ । ଅଚାନକ ଲକଡାଉନ ହେବା ପରେ ତାଙ୍କର ରୋଜଗାର ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ସେ ପରିସ୍ଥିତିରେ ପଡି ପାଦରେ ଚାଲିଚାଲି ନିଜକୁ ଗାଁକୁ ଫେରିଥିଲେ । ଡେପୁଟି କମିଶନର ସୋନାଲୀ ଗିରି କହିଛନ୍ତି ସେ ଘରକୁ ଯାଇନଥିଲେ କେବଳ ତାଙ୍କ ପିତାଙ୍କୁ ଭେଟିଥିଲେ । ଏହାପରେ ସେ ଫ୍ଲୁ ସେଣ୍ଟରକୁ ଯାଇଥିଲେ ଓ ଏହାପରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ତାଙ୍କୁ ଏବେ ରୂପନଗରର ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ସେ କାହା ସହ ସଂପର୍କରେ ନଥିବାରୁ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇନାହିଁ ବୋଲି ଡେପୁଟି କମିଶନର କହିଛନ୍ତି ।