୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତ ବିରୋଧୀ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣରେ ଲିପ୍ତ ଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ବିରୋଧରେ ଆଜି କେନ୍ଦ୍ର ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସରକାର ୩୫ଟି ୟୁଟ୍ୟୁବ ଚାନେଲକୁ ବ୍ଳକ୍‌ କରିଦେଇଛନ୍ତି । ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛିି । ମନ୍ତ୍ରଣାଳୟ ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌, ୨ ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ୨ ୱେବସାଇଟ୍‌ ସହ ଗୋଟିଏ ଫେସବୁକ ଆକାଉଣ୍ଟ ବ୍ଲକ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି, ଗତକାଲି ଅର୍ଥାତ ଜାନୁଆରୀ ୨୦ରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ୩୫ ୟୁଟ୍ୟୁବ୍‌ ଚ୍ୟାନେଲ୍‌, ୨ ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ ୱେବସାଇଟ୍‌ ଏବଂ ଗୋଟିଏ ଫେସବୁକ୍‌ ଆକାଉଣ୍ଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ବ୍ୟାନ ହୋଇଥିବା ଏହି ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ଏଥିରେ ଭାରତ ବିରୋଧୀ ଖବର ପ୍ରସାରଣ କରାଯାଉଥିଲା ।

Comments (0)
Add Comment