ଅଭିନନ୍ଦନ ଓ ସମ୍ବର୍ଦ୍ଧନାର ସଭା

କେନ୍ଦ୍ରାପଡ଼ା : ଚବିଶ ବର୍ଷର ବିଜେଡି ସରକାରକୁ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ କରି ଶାସନ କ୍ଷମତାକୁ ଆସିଛି ଭାରତୀୟ ଜନତା ପାର୍ଟି I ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜେପି ଖୁବ ଭଲ ପଦର୍ଶନ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ କେବଳ ସାଂସଦ ପ୍ରାର୍ଥୀ ଓ ମହାକଳପଡା ବିଧାୟକ ପ୍ରାର୍ଥୀ ବିଜୟଲାଭ କରିଛନ୍ତି I କେନ୍ଦ୍ରାପଡ଼ା ଲୋକସଭାରୁ ସାଂସଦ ଭାବେ ବୈଜୟନ୍ତ ପଣ୍ଡା ଓ ମହାକଳପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଦୁର୍ଗାପ୍ରସନ୍ନ ନାୟକ ବିଜୟ ମୁକୁଟ ପିନ୍ଧିଛନ୍ତି I ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ଶୋଚନୀୟ ଭାବେ ପରାଜିତ କରିଥିବା ବେଳେ ମହାକଳପଡା ରେ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ହେଭିୱେଟ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେପିର ଦୁର୍ଗାପ୍ରସନ୍ନ ନାୟକ ବହୁ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ I ଯାହାକୁ ନେଇ ଆଜି ମହାକଳପଡା ନିର୍ବାଚନ ମଣ୍ଡଳୀର ଅଙ୍ଗୁଳାଇ ଖୁସି ମଣ୍ଡପ ରେ ମତଦାତା ଅଭିନନ୍ଦନ ଉତ୍ସବ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି I ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା,ମହାକଳପଡାର ମାନ୍ୟବର ବିଧାୟକ ଦୁର୍ଗା ପ୍ରସନ ନାୟକ,ବିଜେପି କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ମହାକଳପଡ଼ା ବିଜେପି ପ୍ରଭାରୀ ଅମିତାଭ ସୁଆର ପ୍ରମୁଖ ମଞ୍ଚାସିନ ଥିଲେ I ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଜାତୀୟ ସଂଗୀତ ଗାନ କରାଯାଇଥିଲା ଏବଂ ତା ପରେ ପରେ ମଞ୍ଚାସିନ ଅତିଥି ମାନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା I ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମହାକଳପଡା ନିର୍ବାଚନ ମଣ୍ଡଳୀ ସହିତ କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ I ରାଜ୍ୟରେ ଶାସନ କରୁଥିବା ମୋହନ ସରକାରଙ୍କ ସ୍ୱଚ୍ଛ ଶାସନ ବିଷୟରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କହିଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡା ଭାଷଣ ରେ କହିଥିଲେ କି ଆଗାମୀ ଦିନରେ ମହାକଳପଡା ସମେତ କେନ୍ଦ୍ରାପଡ଼ା ଜିଲ୍ଲା, ରାଜ୍ୟରେ ଶାସନ କରୁଥିବା ବିଜେପି ସରକାରର ବିକାଶ ଧାରାରେ ସାମିଲ ହେବାକୁ ଯାଉଛି I

Comments (0)
Add Comment