ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଲା ମେୟର ସଂରକ୍ଷଣ ଲିଷ୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମହାନଗର ନିଗମ ପାଇଁ ପ୍ରକାଶ ପାଇଛି ମେୟର ସଂରକ୍ଷଣ ଲିଷ୍ଟ । ଏନେଇ ନଗର ଉନ୍ନୟନ ବିଭାଗ ବଜ୍ଞପ୍ତି ପ୍ରକାଶ କରିଛି । ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ବା ବିଏମ୍‌ସି ପାଇଁ ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି । ସେହିପରି କଟକ ମହାନଗର ନିଗର ନିଗମ ବା ସିଏମ୍‌ସି ପାଇଁ ମେୟର ପଦବୀ ଅଣ ସଂରକ୍ଷିତ ରହିଛି । ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷଣ ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର ଆପତ୍ତି ବା ଅଭିଯୋଗ ରହିଛି ୧୫ ଦିନ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରୁ ସୂଚନା ମିଳିଛି ।

Comments (0)
Add Comment