ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍‌ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ମମିତା ମେହେର, ନବ ଦାସ, ମାହାଙ୍ଗା ମର୍ଡର ତଦନ୍ତ ଉପରେ ଜୟନାରାୟଣ ପ୍ରଶ୍ନ ଉଠାଇବା ସହ ବିଜେଡ଼ି-କଂଗ୍ରେସ ସରକାର ସମୟରେ ରାଜ୍ୟରେ କ’ଣ ହେଉଥିଲା ଓଡ଼ିଶାବାସୀ ଜାଣିଛନ୍ତି। ଗଣତନ୍ତ୍ରରେ ସମସ୍ତଙ୍କର ଆନ୍ଦୋଳନ କରିବା ଅଧିକାର ଅଛି, କରନ୍ତୁ ବୋଲି ଜୟନାରାୟଣ ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି।

Comments (0)
Add Comment