ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଦଳିତ ନେତା ଚରଣଜିତ ସିଂ ଚାନ୍ନି ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଚାନୀଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଚାନ୍ନିଙ୍କ ବ୍ୟତୀତ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓମ୍ ପ୍ରକାଶ ସୋନି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ, ପିସିସି ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବଂ ଅମରିନ୍ଦର ସରକାରର ମନ୍ତ୍ରୀ ତଥା କଂଗ୍ରେସ ବିଧାୟକମାନେ ମଧ୍ୟ ଯୋଗ ଦେଇଥିଲେ ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ
![ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ](https://hiranchallive.in/wp-content/uploads/2021/09/Untitled-4-3-450x300.jpg)