ମଧ୍ୟପ୍ରଦେଶ, ରାଜସ୍ଥାନ ଟ୍ରେଣ୍ଡକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଚାରିଆଡେ ହସ ଉଲ୍ଲାସର ସହ ବିଜୟକୁ ପାଳୁଛି ବିଜେପି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟାଳୟରେ କର୍ମୀଙ୍କୁ ସଂଧ୍ୟା ୬ଟା ୩୦ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୦୨୪ ନିର୍ବାଚନ ବିଜେପି ସପକ୍ଷରେ ଥିବାର ଦେଖାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬:୩୦ ରେ ପାର୍ଟି ମୁଖ୍ୟାଳୟରେ ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି , ଯାହା ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ।ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ପ୍ରାରମ୍ଭିକ ଧାରା ଅନୁଯାୟୀ ଭାରତୀୟ ଜନତା ପାର୍ଟି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିଧାନସଭା ନିର୍ବାଚନରେ ଆଗୁଆ ଭାବରେ ଉଭା ହୋଇଛି ।ଦିନ ୧୦ ପର୍ଯ୍ୟନ୍ତର ଟ୍ରେଣ୍ତ ଅନୁସାରେ ବିଜେପି ମଧ୍ୟପ୍ରଦେଶର ୨୩୦ ଟି ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ୧୩୮ ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ୮୯ଟି ଆସନରେ ଆଗରେ ରହିଛି। ତେବେ ଆଶା କରାଯାଉଛି ମଧ୍ୟପ୍ରଦେଶରେ ପୁଣି ଶିବରାଜ ସିଂ ଚୌହାନ ସରକାର ଫେରିବ । ରାଜସ୍ଥାନର ୧୯୯ଟି ସିଟ୍ ଉପରେ ନଜରଦେଲେ ,ଦିନ ୯ ଟା ପର୍ଯ୍ୟନ୍ତ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବାର ଦେଖିବା ପାଇଁ ମିଳିଥିଲା । କିନ୍ତୁ, ସକାଳ ୧୦ ଟା ପର୍ଯ୍ୟନ୍ତ ପ୍ରକାଶିତ ଟ୍ରେଣ୍ଡରେ ବିଜେପି ୧୦୭ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୭୮ଟି ଆସନରେ ଆଗରେ ଥିଲା ।
ଏଥି ସହିତ ତେଲେଙ୍ଗାନାରେ ଲିଡ୍ କରୁଛି କଂଗ୍ରେସ । କଂଗ୍ରେସ ଦଳ ୭୦ ଟି ଆସନରେ ଆଗୁଆ ରହିଛି। ଏହି ସମୟରେ ଶାସକ ବିଆରଏସ ୩୭ ଟି ଆସନରେ ଆଗରେ ରହିଛି। ହେଲେ ବିଜେପି ମାତ୍ର ୭ଟି ଆସନରେ ଆଗରେ ରହିଛି । ଛତିଶଗଡରେ ୯:୩୦ ପର୍ଯ୍ୟନ୍ତ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡ଼ା ଟକର ହେଇଥିବାର ଦେଖିବା ପାଇଁ ମିଳିଥିଲା । ଛତିଶଗଡରେ ୪୭ ଟି ଆସନରେ ବିଜେପି ଆଗୁଆ ରହିଛି। ଏଥି ସହିତ୪୧ଟି ଆସନରେ କଂଗ୍ରେସ ଆଗୁଆ ରହିଛି।