ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗସ୍ତରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ହେବା ପରେ ଆଜି ପ୍ରଥମ କରି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଥମେ ବୌଦ୍ଧ-ନୟାଗଡ଼ ସୀମାନ୍ତରେ ସାମାଜିକ କର୍ମୀ ସଙ୍ଗଠନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେହିପରି ଅଡେନିଗଡ଼ ଓ ଚାରିଛକ ଠାରେ ଦଳୀୟ କର୍ମୀ ମାନେ ଭବ୍ୟ ସ୍ୱାଗତ କରିଥିବା ବେଳେ କର୍ମୀ ମାନଙ୍କ ସହ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ଆଲୋଚନା କରିଥିଲେ। ପରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକର ସମସ୍ତ ସଦସ୍ୟ ତାଙ୍କୁ ସଙ୍ଘ କାର୍ଯ୍ୟାଳୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ସଙ୍ଘର ସମସ୍ତ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ବିଧାନସଭାରେ ଉପସ୍ଥାପନା ଓ ପଦକ୍ଷେପ ଗ୍ରହଣ କରାଯିବା ସହିତ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସହ କିପରି ଜିଲ୍ଲା ପ୍ରଶାସନ ସମନ୍ୱୟ ରଖି କାର୍ଯ୍ୟ କରିବ ସେନେଇ ଆଲୋଚନା ହୋଇଥିଲା। ମୁଖ୍ୟ ସଚେତକ ପଦ ବୌଦ୍ଧ ଜନସାଧାରଣଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି। ଆଗାମୀ ଦିନରେ ଜିଲ୍ଲାର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିବ ବୋଲି ମଧ୍ୟ ମତ ରଖାଯାଇଥିଲା I

Comments (0)
Add Comment