ଯାଜପୁର ବିଜେପିର ୨ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ୨ ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର ସନ୍ଥ ଅରୀକ୍ଷିତ ପୀଠ ଓଳାଶୁଣୀ ଠାରେ ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଜପୁର ଜିଲ୍ଲା ପ୍ରଭାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ଦଳକୁ ତୁଣମୂଳ ସ୍ତରରୁ ସଂଗଠିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ଚିନ୍ତାଧାରା ସହ ସବକା ସାଥ ସବକା ବିକାଶ କାର୍ଯ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ବଡ଼ଚଣା ବିଜେପି ନେତା ତଥା ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକ ରାଜନୈତିକ ଚିଠା ଆଗତ କରିଥିଲେ । ଏଥିରେ ମୁଖ୍ୟତଃ ଚିଠା ପ୍ରସ୍ତାବକୁ ସମର୍ଥନ କରି କୋରେଇ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଶ୍ୱଜିତ ନାୟକ ଅଭିଭାଷଣ ରଖିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ପ୍ରାଥୀ ଅମୀୟ ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବବିତା ମଲିକ ଜିଲ୍ଲା ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନ ସୁଦୀପ୍ତ ପଣ୍ଡା, ଧର୍ମଶାଳା ବିଜେପି ନେତ୍ରୀ ସ୍ମୁତିରେଖା ପହି, ରବିନାରାୟଣ ବେହେରା, ସର୍ବେଶ୍ୱର ବେହୁରା, ସୁବାସ ମହାନ୍ତି, ସହ ଯାଜପୁର ଜିଲ୍ଲା ବିଜେପି ସଭ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଯୋଗଦାନ କରିଥିଲେ । ବିଜେପି ଉପସଭାନେତ୍ରୀ ଦୀପ୍ତିରେଖା ମିଶ୍ରଙ୍କ ଅଧିକ୍ଷତାରେ ଦ୍ୱିତୀୟ ସଦନ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୂଥିରାଜ ହରିଚନ୍ଦନ ଯୋଗଦେଇ ଭାଷଣରେ ଜନ୍ମଠାରୁ ଅଦ୍ୟବଧି କେଉଁ ଭଳି ଭାବେ ନିଜର ଶକ୍ତି ସମର୍ଥ ପ୍ରତିଷ୍ଠା କରିପାରିଛି ସେ ନେଇ କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ପରି ଯୋଗ୍ୟ ପୁରୁଷ ପାଇଁ ଆମେ ନିଜକୁ ଗର୍ବିତ ଅନୁଭବ କରୁଛୁ ବୋଲି ସେ କହିଥିଲେ । ଶ୍ରୀ ହରିଚନ୍ଦନଙ୍କ ଅଭିଭାଷଣକୁ ଯାଜପୁର ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ଜେନା ସମର୍ଥନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ବିଜେପି ସମ୍ପାଦକ ସୁରଜଲାଲ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Comments (0)
Add Comment