ବିଧିର ବିଧାନ କେ କରିବ ଆନ

ହସ୍ପିଟାଲରେ ଭର୍ତ୍ତି ହେଲେ ଜୁଏଲ ଓରାମ I

ଭୁବନେଶ୍ୱର : ଭାଗ୍ୟରେ ଯାହା ଲେଖାଥାଏ ତାହାକୁ କେହି ବଦଳାଇ ପାରିବେ ନାହିଁ। ଧନୀ ହେଉ ବା ଗରିବ ଦୁଃଖ ଆସେ ସବୁ ମଣିଷଙ୍କ ଜୀବନରେ। ତେବେ ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ରାଜନେତା ତଥା ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଥିବା ଜଣେ ମନ୍ତ୍ରୀଙ୍କ ପରିବାରକୁ ସତେ ଯେମିତି ଦୁଃଖର ପାହାଡ଼ ମାଡ଼ି ଆସିଛି। ତିନି ଦିନ ତଳେ ପତ୍ନୀଙ୍କ ବିୟୋଗ ଘଟିଥିବା ବେଳେ ଏବେ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଡେଙ୍ଗୁରେ ପୀଡ଼ିତ ଥିବା କୁହାଯାଉଛି। ସୋମବାର ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ‘ପଲମୋନରୀ ମେଡିସିନ ଆଣ୍ଡ ସ୍ଲୀପ ଡିଜଅର୍ଡର’ ବିଭାଗର ପ୍ରମୁଖ ଡ଼ାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି । ଏବେ ଜୁଏଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି ।

ଗତ ୧୮ ତାରିଖ ଦିନ ଜୁଏଲଙ୍କ ପତ୍ନୀ ଝିଙ୍ଗିୟା ଓରାମ ୫୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ I ଭୁବନେଶ୍ୱରର ଏକ ଘରୋଇ ହସ୍ପିଟଲରେ ଡେଙ୍ଗୁରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ପତ୍ନୀଙ୍କ ମୃତ୍ୟୁର ୩ ଦିନ ପୂରୁଣୁ ସ୍ୱାମୀ ମଧ୍ୟ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Comments (0)
Add Comment